ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚୀନ୍, ଅଷ୍ଟ୍ରେଲିଆ ଏବଂ ୟୁକ୍ରୋନର ସମକକ୍ଷଙ୍କ ସହିତ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ସାକ୍ଷାତ କରି ଦ୍ୱିପାକ୍ଷୀୟ ସମ୍ବନ୍ଧ ଭଳି ବିଭିନ୍ନ ମାମାଲାରେ ଚର୍ଚ୍ଚା କରିଛନ୍ତି । ସେପଟେ ଜୟଶଙ୍କର ଟ୍ୱିଟ୍ କରିଛନ୍ତି କି ଚୀନର ବିଦେଶ ମନ୍ତ୍ରୀ ୱାଙ୍ଗ ୟି ଙ୍କ ସହିତ ବୈଠକ ‘ଆମ ସମ୍ବନ୍ଧକୁ ସମୀକ୍ଷା କରିବା ପାଇଁ ଲାଭକରୀ ରହିଛି’ ।
ଅଲ୍ୱେନିୟାର ବିଦେଶ ମନ୍ତ୍ରୀ ଜେଣ୍ଟ କାକଜଙ୍କ ସହ ବୈଠକ କରି ଜୟ ଶଙ୍କର କହିଛନ୍ତି ଭାରତ ଦ୍ୱିପାକ୍ଷୀୟ ସମ୍ବନ୍ଧ ପାଇଁ ଏକ ସମକାଳୀନ ରୂପରେଖ ପ୍ରସ୍ତୁତ କରିବାରେ ଇଚ୍ଛୁକ । ସେ ଏହି ବୈଠକରେ ଶକ୍ତି ସୁରକ୍ଷା , ବ୍ୟପାର ସମ୍ବନ୍ଧୀୟ ସମେତ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି ।
ଏହାସହିତ ସେ ଇଟାଲିର ବିଦେଶ ମନ୍ତ୍ରୀ ଲୁଇଜ୍ ଦି ମାଇଓଙ୍କ ସହିତ ବୈଠକକୁ ଶକ୍ତିଶାଳୀ ଆଲୋଚନା ବୋଲି କହିଛନ୍ତି । ସେପଟେ ବେଲାରୁସର ବିଦେଶ ମନ୍ତ୍ରୀ ବ୍ଲାଦିମିର ମାକେଇଙ୍କ ସହିତ ବୈଠକ ରେ ଆର୍ଥିକ ସହଯୋଗ ର ସମ୍ଭାବନା ଏବଂ ପର୍ଯ୍ୟଟନ୍ ଉପରେ ଚର୍ଚ୍ଚା ହୋଇଛି ।