ବ୍ରହ୍ମପୁର (ଏଟିଆର ବ୍ୟୁରୋ); ସୋସିଆଲ ମିଡିଆରେ ନାବାଳିକାଙ୍କ ସହ ପ୍ରେମ । ପରେ ଝିଅକୁ କିମିଆ କରି ମା ଆକାଉଣ୍ଟରୁ ବିଭିନ୍ନ ୱାଲେଟ ମାଧ୍ୟମରେ ୬୮ ହଜାର ୬ ଶହା ୫୦ ଟଙ୍କା ଲୁଟ କରିଥିବା ଅଭିଯୋଗରେ ଜଣେ ଗିରଫ । ଅଭିଯୁକ୍ତ ଜଣକ ହେଲେ ସୁନୀଲ ତ୍ରିପାଠୀ । ତା ଘର ଗଞ୍ଜାମ ଜିଲ୍ଲା କ୍ଷତ୍ରୀୟବରପୁର ଗାଁରେ । ବ୍ରହ୍ମପୁର ପୋଲିସ ଅଭିଯୁକ୍ତ ପାଖରୁ ତିନୋଟି ମୋବାଇଲ,ଦୁଇଟି ଏଟିଏମ କାର୍ଡ ଏବଂ ୬୦ ହଜାର ଟଙ୍କା ଜବତ କରିଛି ।
ସୂଚନା ଅନୁଯାୟୀ ବ୍ରହ୍ମପୁର ତୁଳସୀ ନଗରର କଲ୍ୟାଣୀ ତ୍ରିପାଠୀ ନାମକ ମହିଳାଙ୍କ ଆକାଉଣ୍ଟରୁ ଟଙ୍କା କଟିଯିବାରୁ ସେ ନିକଟସ୍ଥ ବ୍ୟାଙ୍କର ଆଶ୍ରୟ ନେଇଥିଲେ । ମାତ୍ର ବ୍ୟାଙ୍କରୁ କୈାଣସି ସୂଚନା ନପାଇବା ପରେ ଥାନାରେ ଏତଲା ଦେଇଥିଲେ କଲ୍ୟାଣୀ । ଏହି ଅଭିଯୋଗକୁ ଆଧାର କରି ବ୍ରହ୍ମପୁର ଟାଉନ ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ ଘଟଣାକୁ ଗୁରୁତର ସହ ବିଚାର କରି ଏହାର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ । ପ୍ରଥମେ ବ୍ୟାଙ୍କର ସହାୟତା ନିଆଯାଇଥିବାବେଳେ ସଂପୃକ୍ତ ମହିଳାଙ୍କ ଏକାଉଣ୍ଟରୁ ବିଭିନ୍ନ ୱାଲେଟ ମାଧ୍ୟମରେ ଟଙ୍କା କାରବାର ହୋଇଥିବା ଜଣାପଡିଥିଲା ।
ପରେ ତଦନ୍ତରୁ ଜଣା ପଡିଥିଲା କି କଲ୍ୟାଣୀଙ୍କ ଆକାଉଣ୍ଟରୁ ଦୁଇ ଜଣଙ୍କ ଆକାଉଣ୍ଟକୁ ପଇସା ଯାଉଛି । ଏହି ଆଧାରରେ ପୋଲିସ ଅଭିଯୁକ୍ତ ଠିକଣା ପାଇବା ସହ ଗିରଫ କରିବାରେ ସଫଳ ହୋଇଛି । ସେପଟେ ଅଭିଯୁକ୍ତ ସୁନୀଲ ଚତୁରତାର ସହ ଓଟିପି ଚେଞ୍ଜ କରିବା ସହ ୧୮ ଡିଜିଟି ନମ୍ବର ମଧ୍ୟ ନେଇ ଯାଇଥିବା ପୋଲିସ ଆଗରେ ମାନିଛି ।