ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଉ ମାତ୍ର ଦୁଇ ଦିନ ପରେ ଦିଲ୍ଲୀରେ ହୋଇଥାନ୍ତା କୃଷି ସମାବେଶ । ମଙ୍ଗ ଧରି ଥାନ୍ତେ ମନ୍ତ୍ରୀ ପ୍ରଦୀପ ମହାରଥୀ । ଏଥି ପାଇଁ ତ ପୋଷ୍ଟର ବି ଛପା ସରିଥିଲା । କର୍ମୀଙ୍କୁ ଏକଜୁଟ୍ ହେବାକୁ ଆହ୍ୱାନ ବି ଦିଆଯାଇଥିଲା । ହେଲେ ହଠାତ୍ ବଦଳି ଗଲା ମୋଡ । କୃଷକଙ୍କ ହକ ପାଇଁ ଲଢେଇ କରି ଦିଲ୍ଲୀ ଯିବାକୁ ଅଣ୍ଟା ଭିଡିଥିବା କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ମନ୍ତ୍ରୀପଦ ଚାଲିଗଲା । ପିପିଲି ପୀଡିତା ମାମଲାରେ ବିବାଦୀୟ ବୟାନ ହିଁ ତାଙ୍କ ପାଇଁ ମହଙ୍ଗା ପଡିଛି । ଯେଉଁଥିପାଇଁ ସେ ନିଜେ ମନ୍ତ୍ରୀ ପଦ ଛାଡିବାକୁ ବାଧ୍ୟ ହୋଇଛନ୍ତି । ତେବେ ଏହାକୁ ନେଇ ଏବେ ଆଲୋଚନା ଜୋର ଧରିଛି । ପ୍ରଶ୍ନ ଉଠିଛି ଅଚାନକ୍ ମନ୍ତ୍ରୀଙ୍କ ଇସ୍ତଫା କୃଷକ ସମାବେଶରେ କୌଣସି ପ୍ରଭାବ ପକାଇବନି ତ? ଏହା ସହିତ ଦିଲ୍ଲୀର ଏହି ସମାବେଶର ମଙ୍ଗ ଏବେ ଧରିବ କିଏ? ଏହାକୁ ନେଇ ଏବେ ରାଜନୈତିକ ମାହୋଲ ପୂରା ସରଗରମ ହୋଇ ଉଠିଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024