ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ପ୍ରଦୂଷଣ କମ କରିବା ପାଇଁ ଜୋରସୋରରେ ଚାଲିଛି ପ୍ରୟାସ । ସେହିଅନୁଯାୟୀ ଏବେ ସରକାରୀ ଅଫିସ ମାନଙ୍କରେ ବ୍ୟବହାର ହେବ ବ୍ୟାଟେରୀ ଚାଳିତ ଗାଡି । ଏନେଇ ବିଭିନ୍ନ ପ୍ରସ୍ତାବ ଉପରେ ଚାଲିଛି ବିଚାର ବିମର୍ଶ ।
ଏହାସହିତ ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପରିବହନ କମିଶନରଙ୍କୁ ଚିଠି ଲେଖାଯାଇଛି । ଭୁବନେଶ୍ୱର ଓ କଟକରେ ଅଧିକ ଯାନବାହାନ ଚଳାଚଳ ହେଉଥିବାରୁ ସରକାରୀ ଅଫିସ ମାନଙ୍କରେ କିଛି ପରିମାଣର ଇଲେକ୍ଟ୍ରିକ ଗାଡି ବ୍ୟବହାର କରିବାକୁ ଚିନ୍ତା କରାଯାଉଛି ।