ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ବର୍ତ୍ତମାନ ଚାରିଆଡେ ବହୁଛି ଗ୍ରୀଷ୍ମ ଲହରୀ । ତାତି କମିବାର ନାଁ ନେଉନି ବରଂ ବଢିବାରେ ଲାଗିଛି । ଅତ୍ୟଧିକ ଖରା ହେବା ହେତୁ ଆଜି କାଲି ଲୋକେ ଥଣ୍ଡା ପାନୀୟ ଜଳକୁ ଅଧିକ ମାତ୍ରାରେ ଆପଣାଉଛନ୍ତି । ବିଶେଷ କରି ବଜାରରେ ମିଳୁଥିବା ବିଭିନ୍ନ ବ୍ରାଣ୍ଡର କୋଲଡ୍ରିଙ୍ଗସ ପିଇବାକୁ ପସନ୍ଦ କରୁଛନ୍ତି । ପ୍ରକୃତରେ ଏହା କଣ ସତରେ ପେଟ ଥଣ୍ଡା କରିଥାଏ ।
ନାଁ ବରଂ ଏହି ଫ୍ରିଜରେ ଥିବା ଜିନିଷ ଖାଇଲେ ପାଟିକୁ ଥଣ୍ଡା ଲାଗିଥାଏ କିନ୍ତୁ ପେଟକୁ ଗରମ ହୋଇଥାଏ । ଯାହା ଆମେ ଜାଣି ପାରିନଥାଉ । ଯୋଉଥି ପାଇଁ ଲୋକମାନେ ଲଙ୍କା ଖାଇବାକୁ ବି ପସନ୍ଦ କରିନଥାନ୍ତି । କିନ୍ତୁ ଆମେ ଆଜି ଆପଣଙ୍କୁ ଏମିତି ଗୋଟେ ଉପାୟ ବତେଇବୁ ଯାହା ଆପଣଙ୍କ ଶରୀର ପାଇଁ ବହୁତ ହିତକାରକ । ଜାଣନୁ ଯେ ଲଙ୍କା ଖାଇବା ଦ୍ୱାରା କିଭଳି ଗରମ ବଢିନଥାଏ ବରଂ କମିଥାଏ ।
ଆପଣ ଯଦି ପ୍ରତିଦିନ କଞ୍ଚାଲଙ୍କା ଖାଉଛନ୍ତି ତା ହେଲେ ଆପଣଙ୍କୁ ଗରମରୁ ମୁକ୍ତି ମିଳିବା ସହିତ କେତେ ଗୁଡିଏ ରୋଗରୁ ବି ଆପଣଙ୍କୁ ମୁକ୍ତି ଦେଇଥାଏ । କଞ୍ଚାଲଙ୍କା ରେ ପ୍ରଚୁର ପରିମାଣରେ ଆଣ୍ଟି ଅକ୍ସସାଇଡ ଓ ଡାଇଟ୍ରି ଫାଇବର୍ସ ଶରୀରକୁ ମିଳିଥାଏ । ଯାହା ଫଳରେ ଆମର ପାଚନ ପ୍ରକିୟା ବା ହଜମ ଭଲ ହୋଇଥାଏ । ଯାହାଫଳରେ ଗ୍ୟାସ ଓ ବଦହଜମ ପରି ରୋଗ ହୋଇନଥାଏ ।