ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଶୀତ ଦିନେ ବେଶ ସହଜରେ ବଜାରରେ ମୂଳା ମିଳିଥାଏ । ମୂଳା ସାଧାରଣତଃ ଦୁଇ ପ୍ରକାର ହୋଇଥାଏ । କେତେକ ଲୋକ ମୂଳାକୁ ସାଲଟ ରୂପେ କଞ୍ଚା ଖାଉଥିବା ବେଳେ ଆଉ କିଛି ଲୋକ ରୋଷେଇ କରି ଖାଇବାକୁ ପସନ୍ଦ କରିଥାନ୍ତି ।
ତେବେ ଆସନ୍ତୁ ଜାଣିବା ମୂଳାକୁ ଖାଇବା ଦାରା କଣ ସବୁ ଲାଭ ମିଳିଥାଏ ।
୧-ମୂଳାରେ କ୍ୟାଲସିୟମ , ଫସଫରସ , ଭିଟାମିନ ସି ଓ ଆଇରନ ଯୁକ୍ତ ପଦାର୍ଥ ଭରପୁର ମାତ୍ରାରେ ରହିଥାଏ ।ଉକ୍ତ ରକ୍ତଚାପ ରୋଗୀ କଞ୍ଚା ମୂଳାକୁ ନିୟମିତ ଭାବେ ବିନା ଲୁଣରେ ଚୋବାଇ ଖାଇଲେ ଉପକାର ମିଳିଥାଏ ।
୨-ମୂଳାରେ ଥିବା କଞ୍ଜେଷ୍ଟିଭ ଗୁଣ ଥଣ୍ଡା , କାଶ ସମସ୍ୟାରୁ ମୁକ୍ତ ଦେଇଥାଏ । ମୂଳାକୁ କଞ୍ଚା ଚେବାଣ ଖାଇବା ଦ୍ୱାରା ଏଥିରେ ଥିବା କ୍ୟାଲସିୟମ ଦାନ୍ତକୁ ମଜବୁତ କରିଥାଏ ।
୩-ନିୟମିତ ମୂଳା ଖାଇବା ଦ୍ୱରା ମସ୍କିଷ୍କ ଦୁର୍ବଳତା ଦୂର ହେବା ସହ ମେଧାବୃଦ୍ଧି ହୋଇଥାଏ । ମୂଳାରେ ଅଧିକ ପରିମାଣରେ ଜଳୀୟ ପଦାର୍ଥ ରହିଛି ।ଏଥିପାଇଁ ଏହା ଆମ ଶରୀରକୁ ପ୍ରାକୃତିକ ଭାବେ ହାଇଡ୍ରେଟ ରଖେ ।
୪-ଶୀତ ଦିନେ ମୂଳା ଖାଇବା ଦ୍ୱାରା ତ୍ୱଚାରେ ଥିବା କଳା ଦାଗ , ବ୍ରଣ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ । ଏବଂ ତ୍ୱଚା ଚିକ୍କଣ ଦେଖାଯାଇଥାଏ ।
୫-ମୂଳାରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଗୁଣ ହୃଦ ରୋଗ ଜନିତ ସମସ୍ୟାକୁ ଦୁର କରିଥାଏ । ମୂଳା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ।