ବ୍ରହ୍ମପୁର (ଏଟିଆର ବ୍ୟୁରୋ): ଆଜି ୪ ଦିନିଆ ବ୍ରହ୍ମପୁର ଶଟ୍ ଡାଉନ୍ । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବ୍ରହ୍ମପୁରରେ ହୁ ହୁ ହୋଇ ବଢି ଚାଲିଥିବାରୁ ସହରକୁ ୪ ଦିନ ପାଇଁ ଶଟ୍ ଡାଉନ୍ ଘୋଷଣା କରାଯାଇଛି । ଏହି ୪ ଦିନ ମଧ୍ୟରେ ଘରେ ଘରେ ବୁଲି ସ୍ୱାସ୍ଥ୍ୟ ଯାଞ୍ଚ ହେବା ସହ କଣ୍ଟାକ୍ଟ ଟ୍ରେସିଂ ଏବଂ ହୋମ କ୍ୱାରେଣ୍ଟାଇନ୍ ବ୍ୟବସ୍ଥାର ଯାଞ୍ଚ ହେବ । ସେଥିପାଇଁ ସ୍ୱତନ୍ତ୍ର ୭୦ ଟି ସ୍ୱାସ୍ଥ୍ୟ ଟିମ୍ ନିୟୋଜିତ କରାଯିବ । ଶଟ୍ ଡାଉନ୍ ବେଳେ ଏହି ଚାରି ଦିନ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ଏହି ସମୟରେ କେବଳ ଜରୁରୀସେବା ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନକୁ ବାଦ୍ ଦେଲେ ଅନ୍ୟ ସବୁ କିଛି ବନ୍ଦ ରହିବ । ଯଦି କୌଣସି ବ୍ୟକ୍ତି ନିୟମ ନମାନି ଉଲ୍ଲଂଘନ କରନ୍ତି ତେବେ ତାଙ୍କଠାରୁ ଜରିମାନା ଆଦାୟ କରାଯିବ ।