ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦିନକୁ ଦିନ ସମଗ୍ର ଦେଶରେ ଦୁଷ୍କର୍ମର ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାର ଶିକାର ଅଧିକ ପରିମାଣରେ ନାବାଳିକା ମାନେ ହେଉଛନ୍ତିି । ତେବେ ଓଡ଼ିଶାରେ ଗତ ୬ମାସ ମଧ୍ୟରେ ୬୦୪ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି । ଏକଥା ଆମେ ନୁହେଁ ବଂର ଆଜି ବିଧାନସଭାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏଭଳି ଏକ ଚାଞ୍ଚଲ୍ୟକର ତଥ୍ୟ ରଖିଛନ୍ତି ।
ଆଜି ବିଧାନସଭାରେ ବିଜେଡି ବିଧାୟକ ସୌମ୍ୟରଂଜନ ଏହି ବାବଦରେ ପ୍ରଶ୍ନ କରିବାରୁ ମନ୍ତ୍ରୀ ନିଜ ଉତ୍ତରରେ କହିଥିଲେ ଯେ, ରାଜ୍ୟରେ ପ୍ରଥମ ଛଅମାସ ମଧ୍ୟରେ ପାଖାପାଖି ୬୦୪ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି । ଗତବର୍ଷ ୨୫୦୨ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ ଦୈନିକ ୭ଟି ମାମଲା ରୁଜୁ ହେଉଛି । ତେବେ ଗତବର୍ଷ ୧୦୭୩ଟି ମାମଲାର ବିଚାର ହୋଇଥିବା ବେଳେ ୧୯୭ଜଣ ଦୋଷୀଙ୍କ ଉପରେ ଦଣ୍ଡ ବିଧାନ ହୋଇଥିବା ବେଳେ ୮୭୬ଟି ମାମଲାରେ ଅଭିଯୁକ୍ତ ଖଲାସ ହୋଇଛନ୍ତି । ତେବେ ମନ୍ତ୍ରୀ ରଖିଥିବା ତଥ୍ୟକୁ ଭୁଲ ଅଟେ ବୋଲି କଂଗ୍ରେସ ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା ।