ଭଦ୍ରକ(ଏଟିଆର ବ୍ୟୁରୋ): ଆଜି ଅପରାହ୍ନ ୨ଟାରୁ ୧୩ ତାରିଖ ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲାର ଚରମ୍ପା ଅଞ୍ଚଳକୁ କର୍ଫ୍ୟୁ ଘୋଷଣା କରାଯାଇଛି । ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଆଜିଠାରୁ କାଲି ମଧ୍ୟରେ ଟ୍ରେନ୍ ଯୋଗ୍ୟ ବହୁ ପ୍ରବାସୀ ଓଡିଆ ମାନେ ଚରମ୍ପା ଅଞ୍ଚଳରେ ଆସି ପହଞ୍ଚିବେ । ତେଣୁ ସୁରକ୍ଷାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି ।
ଷ୍ଟେସନରେ ପ୍ରବାସୀ ଓଡିଆ ମାନେ ପହଞ୍ଚିବା ମାତ୍ରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା , ନାମ ପଞ୍ଜିକରଣ କରିବା ଓ ନିଜ ନିଜ ଅଞ୍ଚଳକୁ ପ୍ରମାସୀ ମାନଙ୍କୁ ପହଞ୍ଚାଇବା କାର୍ଯ୍ୟ କରିବ ଜିଲ୍ଲା ପ୍ରଶାସନ । ତେବେ ବାହାରା ରାଜ୍ୟରୁ ଆସୁଥିବା ପ୍ରବାସୀ ଓଡିଆ ମାନଙ୍କୁ କରୋନା ସଂକ୍ରମିତ ହେଉଥିବାରୁ ଜିଲ୍ଲା ପ୍ରାଶାସନ କର୍ଫ୍ୟୁ ଜାରି କରିଛି । ସୂଚନା ଯୋଗ୍ୟ ବର୍ତ୍ତମାନ ରାଜ୍ୟରେ ୪୩୭ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୮ ଜଣ ସୁସ୍ଥ ହୋଇଥିବା ବେଳେ ୩ଜଣଙ୍କ ମୃତ୍ୟୁ ହୋଇଛି ।