ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଏକ ବଡ ଦୁର୍ଘଟଣାର ଶିକାର ହୋଇଛନ୍ତି ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ । ବିଧାୟକଙ୍କ କାରକୁ ଏକ ଟ୍ରକ ଧକ୍କା ଦେଇଥିବାର ଜଣାପଡିଛି । କାରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ବିଧାୟକ ସୁରକ୍ଷିତ ଅଛନ୍ତି ବୋଲି ସୂଚନା ମିଳିଛି ।
ଆଜି ସକାଳୁ ବିଧାୟକ ଭଦ୍ରକରୁ ଭୁବନେଶ୍ୱରରୁ ଫେରୁଥିବାବେଳେ ଜାରକା ପାଖରେ ଏହି ଦୁର୍ଘଟଣା ଘଟିଛି । ଅତି ଦ୍ରୁତ ଗତିରେ ଆସୁଥିବା ଏହି ଟ୍ରକଟି ତାଙ୍କ ଗାଡିକୁ ଧକ୍କା ଦେଇଥିଲା । ଫଳରେ ବିଧାୟକଙ୍କ କାର୍ଟି ରାସ୍ତାରେ ଥିବା ଡିଭାଇଡର ଉପରକୁ ଚଢ଼ିଯାଇଥିଲା। ଏଥିସହ ବିଧାୟକଙ୍କ କାର୍ ଭାଙ୍ଗି ପୂରା ଚୁରମାର ହୋଇଯାଇଛି।
କାରରେ ବିଧାୟକଙ୍କ ସମେତ ତାଙ୍କ ସହଯୋଗୀ ଡ୍ରାଇଭର ମଧ୍ୟ ଥିଲେ ।ଏବଂ ସେମାନେ ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି । ବିଧାୟକଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଜାରକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକ୍ଟିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି। ଏହା ଏକ ପ୍ରକୃତରେ ଦୁର୍ଘଟଣା ଥିଲା ନା ଯୋଜନାବଦ୍ଧ ହତ୍ୟା ଉଦ୍ୟମ ସେ ନେଇ ପୁଲିସ ତଦନ୍ତ କରୁଛି।