ଭଞ୍ଜନଗର(ଭବାନୀ ପାଳ) -ଗଂଜାମ ଜିଲ୍ଲାର ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଲାଲସିଂ ଓ ଗୋଲାପଡା ଗ୍ରାମକୁ କଣ୍ଟନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି | ଲାଲସିଂ ଗ୍ରାମ ପଂଚାୟତରୁ ମୋଟ ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଏଥି ମଧ୍ୟରୁ ଜଣେ ପୋଲିସ କର୍ମଚାରୀ ରହିଛନ୍ତି | ଏହି ଗ୍ରାମ ପଂଚାୟତରେ କିଛିଦିନ ହେବ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହି ପଞ୍ଚାୟତକୁ ନିଶେଦ୍ଧାଞ୍ଚଳ କରିବା ପାଇଁ ସରପଂଚ ପ୍ରଶାସନକୁ ଅବଗତ କରିଥିଲେ |ଜିଲ୍ଲା ପ୍ରଶାସନର ଅନୁମତି ପରେ ଆଜି ଏହାକୁ କଣ୍ଟନମେଣ୍ଟ ଜୋନ ଘୋଷଣା କରାଯାଇଛି |
ଏହି ନିଶେଦ୍ଧାଞ୍ଚଳରେ ଦୋକାନ ବଜାର ବନ୍ଦ ରଖିବା ପାଇଁ ନିର୍ଦେଶ ଦିଆଯାଇଛି ଏଥିସହ ସମସ୍ତ ଗଳି କନ୍ଦି ରାସ୍ତାକୁ ବାଉଁଶ ବେରିକେଡ଼ କରାଯାଇଛି |ଯାନବାହନ ଓ ଲୋକମାନଙ୍କ ଚଳପ୍ରଚଳ ଉପରେ ମଧ୍ୟ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି | ଯଦି କେହି ବ୍ୟକ୍ତି ନିୟମ ଉଲଂଘନ କରିବେ ତାହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି | ଏଥିସହ ରାଜକୁଣ୍ଡ ଗ୍ରାମ ଓ ଛେଦାଭୂମି ଗ୍ରାମ ସମେତ ଏନଏସିର ୧୦ ଓ ୧୪ ନମ୍ବର ୱାର୍ଡକୁ ବୋଫର ଜୋନ ଭାବେ ଘୋଷଣା କରାଯାଇଛି |
ସେହିପରି ଗୋଲାପଡା ପଞ୍ଚାୟତର ଗୋଲାପଡା ଗ୍ରାମକୁ ମଧ୍ୟ କଣ୍ଟନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି | ସେହି ପଞ୍ଚାୟତର ଗୋପୀନାଥପୁର ଏବଂ ଅଗୁଳାପଡା ଗ୍ରାମକୁ ବୋଫର ଜୋନ ଭାବେ ଘୋଷଣା କରାଯାଇଛି | ଉକ୍ତ ଞ୍ଚଳରେ ମଧ୍ୟ ଦୋକାନ ବଜାର ବନ୍ଦ ରଖିବା ପାଇଁ ନିର୍ଦେଶ ହୋଇଛି |ଏହି କଣ୍ଟନମେଣ୍ଟ ଜୋନ ୭ ଦିନ ପାଇଁ ରହିବ କରୋନା ସଂକ୍ରମିତଙ୍କ ସଂଖ୍ୟା ଯଦି ବୃଦ୍ଧି ପାଇବ ତାହାଲେ ଆଗାମୀ ଦିନରେ କଣ୍ଟନମେଣ୍ଟ ଜୋନ ଅବଧି ବୃଦ୍ଧି କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି |