ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ହେଉଛି ଭାରତ ବନ୍ଦ ଡାକରାର ଦ୍ୱିତୀୟ ଦିନ । ବିଭିନ୍ନ ଟ୍ରେଡ୍ ୟୁନିଅନ ପକ୍ଷରୁ ଦିଆଯାଇଥିବା ଏହି ଡାକରରେ ଏକାଧିକ ସଂଘ ସାମିଲ ହେବା ସହ ଦେଶବ୍ୟାପି ଧର୍ମଘଟ କରିଛନ୍ତି । କେନ୍ଦ୍ର ସରକାର ମାରଣ ନୀତି ଆପଣାଉଛନ୍ତି ବୋଲି ସଂଘ ପକ୍ଷରୁ ଦୁଇ ଦିନିଆ ବନ୍ଦ ଘୋଷଣା କରାଯାଇଛି ।ମୋଦି ହଟାଅ-ଦେଶ ବଞ୍ଚାଅ ନାରା ଦେଇ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରାଯାଉଛି । ଯାହାଫଳରେ ଦେଶବ୍ୟାପି ଏହାର ପ୍ରଭାବ ଦେଖିବାକୁ ମିଳୁଛି ।
ଏଥିଯୋଗୁଁ ସମସ୍ତ ଦୋକାନ ବଜାର, ବ୍ୟାଙ୍କ, ଶିକ୍ଷାନୁଷ୍ଠାନ ଆଦି ବନ୍ଦ ରହିଛି । ଏହାସହିତ ଠପ୍ ହୋଇପଡିଛି ଯାନବାହନ ଚଳାଚଳ । ଏହି ଦୁଇ ଦିନଆ ବନ୍ଦ ଡାକରାରେ ଲୋକେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି । ବସ୍ ଷ୍ଟାଣ୍ଡ ଏବଂ ରେଳଷ୍ଟେସନରେ ଅଟକି ରହିଛି ବସ୍ ଓ ଟ୍ରେନ୍ ।