କେନ୍ଦ୍ରାପଡା(ଏଟିଆର ବ୍ୟୁରୋ); ପର୍ଯ୍ୟଟଙ୍କ ପାଇଁ ବନ୍ଦ ହୋଇଛି ଭିତରକନିକା ଜାତୀୟ ଉଦ୍ୟାନ । ପ୍ରଜନନ ଋତୁକୁ ନଜରରେ ରର୍ଖି ଆଜିଠାରୁ ଆସନ୍ତା ତିନି ମାସ ଯାଏଁ ଭିତରକନିକ ଜାତୀୟ ଉଦ୍ୟାନ ବନ୍ଦ ରହିବ । ଏହି ସମୟରେ କୌଣସି ପର୍ଯ୍ୟଟକ ଭିତରକନିକା ଜାତୀୟ ଉଦ୍ୟାନ ଯାଇପାରିବେ ନାହିଁ ।
ମେ ପହିଲାରୁ ଜୁଲାଇ ୩୧ ଯାଏଁ ଏହି କଟକଣା ଜାରି ରହିବ । କାରଣ ପ୍ରଜନନ ସମୟରେ ଏମାନେ ଅଧିକ ହ୍ରିଂସ୍ର ହୋଇ ଯାଇଥାନ୍ତି । ଯାହାଫଳରେ ଆକ୍ରମଣର ଆଶଙ୍କ ଅଧିକ ରହିଥିବା ଯୋଗୁଁ ପର୍ଯ୍ୟଟଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନେଇଛନ୍ତି କର୍ତ୍ତୃପକ୍ଷ ।