ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭୁବନେଶ୍ୱର ଏବଂ ଭଦ୍ରକକୁ ସମ୍ପୂର୍ଣ୍ଣ ଭାବେ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଏହି କର୍ଫ୍ୟୁ ଆଜି ସଂଧ୍ୟାରୁ ରବିବାର ସନ୍ଧ୍ୟା ପର୍ଯ୍ୟନ୍ତ ଲାଗୁ ରହିବ । ଏହି ମସୟରେ କୌଣସି ପରିଚୟପତ୍ର କାମ କରିବ ନାହିଁ । ଲକ୍ ଡାଉନ୍ ସମୟରେ ଯେଉଁ ଅତ୍ୟାବଶ୍ୟକ ଜରୁରୀ ସାମଗ୍ରୀ ଦୋକାନ ଖୋଲା ରହୁଥିଲା, ସେଗୁଡିକ ବି ଏହି ୪୮ ଘଣ୍ଟା ଯାଏଁ ବନ୍ଦ ରହିବ । ଏହାସହିତ ଜରୁରୀ ସେବାରେ ନିୟୋଜିତ ଥିବା ବ୍ୟକ୍ତିଙ୍କ ଉପରେ କଟକଣା ରହିବ । କାରଣ ଲୋକେ ବାହାନା କରି ବାହାରେ ବୁଲୁ ଥିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତି ନେଇଛନ୍ତି । ମାତ୍ର ମାଲ ପରିବହନ ଗାଡି ଗୁଡିକ ଉପରେ ପ୍ରତିବନ୍ଧକ ନାହିଁ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଯୋଗେ ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ଡିଜିଘୋଷଣା କରିଛନ୍ତି।
#COVID19 Updates
#Odisha Govt. announces 48 Hours Complete #Shutdown from 8.00 PM of 3rd April to 8.00 PM of 5th April 2020 for #Bhadhak and #Bhubaneswar city to contain community transmission of #COVID19
& for scientific tracing and tracking. pic.twitter.com/Isloxnrkcg— PIB in Odisha (@PIBBhubaneswar) April 3, 2020
ରାଜ୍ୟରେ ଏପର୍ଯ୍ୟନ୍ତ ୫ ଟି କରୋନା କେସ୍ ସାମ୍ନାକୁ ଆସିଛି । ସେମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଗୋଟେ କେସ୍ ଭଦ୍ରକର ଏବଂ ୫ମ କେସ୍ ଟି କିଭଳି ହୋଇଛି ତାହା ଜଣା ନପଡିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତି ନେଇଛନ୍ତି ।