ଭୂବନେଶ୍ୱର(ଏଟିଆର ବ୍ୟୁରୋ):ଏଣିକି ଭୂବନେଶ୍ୱରୁ ପୁନେକୁ ଉଡିବ ସ୍ୱତନ୍ତ୍ର ବିମାନ । ବିମାନ ଉଡାଣ ପାଇଁ ରାଜ୍ୟ ସରକାର ୩ ମାସ ପାଇଁ ସମସ୍ତ ଆର୍ଥିକ ସହାୟତା ଯୋଗାଇବେ । ଲୋକଙ୍କ ସୁବିଧା ପାଇଁ ଉଡିବ ଏହି ବିମାନ । ପର୍ଯ୍ୟଟନ ଏବଂ ଆର୍ଥିକ ଅଭିବୃଦ୍ଧିରେ ଏହା ସାବ୍ୟସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ କାର୍ଯ୍ୟଳୟରୁ ସୂଚନା ମିଳିଛି ।
ଆଜିଠାରୁ ଝାରସୁଗୁଡା ଠାରୁ ବେଙ୍ଗାଲୁରୁ କୁ ଆରମ୍ଭ ହୋଇଛି ବିମାନସେବା । ବିମାନ ଟି ୧୨ ଟା ୩୦ରେ ଝାରସୁଗୁଡାରେ ପହଂଚି ୧ ଟେ ବେଳକୁ ବେଙ୍ଗାଲୁରୁ ଯାତ୍ରା କରିଥିବା ବେଳେ ବେଙ୍ଗାଲୁରୁରୁ ଆସି ସନ୍ଧ୍ୟା ୫ ଟା ୪୦ ରେ ଝାରସୁଗୁଡାରେ ପହଂଚିବେ । ଗତକାଲି ଦିଲ୍ଳୀ କୁ ବିମାନସେବା ଆରମ୍ଭ ହୋଇଛି ।