ବିଜେପୁର ( ଏଟିଆର ବ୍ୟୁରୋ): ଗତ କିଛି ଦିନ ହେଲା ଉପନିର୍ବାଚନକୁ ନେଇ ଉଠୁଥିବା ପଡୁଥିବା ବିଜେପୁରରେ ଆଜି ପ୍ରଚାରର ଶେଷ ଦିନ ରହିଛି । ଏହି ଅବସରରେ ଶେଷ ମୌକାକୁ ହାତ ଛଡା ନ କରିବା ପାଇଁ ତିନି ଦଳ ଆଜି ପ୍ରଚାରକୁ ଅଧିକ ଜୋରଦାର କରିବାକୁ ଅଣ୍ଟା ଭିଡିଛନ୍ତି । ଗତକାଲି ତିନି ଦଳ ସେମାନଙ୍କ ପ୍ରଚାରକୁ ଜୋରଦାର କରିଥିଲେ । ଗତକାଲି ବିଜେଡି ସୁପ୍ରିମ ନୀବନ ପଟ୍ଟନାୟକ ଗାଇ ସିଲଟରେ ପ୍ରଚାର କରି ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଚେଷ୍ଟା କରିଛନ୍ତି ।
ସେହିଭଳି ନବୀନଙ୍କୁ ମାତ ଦେବା ପାଇଁ ବିଜେପି ପାଇଁ ଗତକାଲି ପ୍ରଚାରର ମଙ୍ଗ ଧରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପୁର ବାସୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ପ୍ରତାରଣା କରିଛନ୍ତି ବୋଲି ନାରା ଦେଇ ସେ ବିଜେପୁର ବାସୀଙ୍କ ଆସ୍ଥା ଜିତିବାକୁ ଚେଷ୍ଟା କରିଛନ୍ତି । ସେହିଭଳି କଂଗ୍ରେସ ପ୍ରଚାରକୁ ଜୋରଦାର କରି ନଥିଲେ ମଧ୍ୟ କଂଗ୍ରେସର ବହୁ ହେବିୱେଟ ନେତା ବିଜେପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ।
ସୂଚନା ଅନୁସାରେ ଆଜି ଶେଷ ଦିନରେ ବିଜେଡି ପ୍ରାର୍ଥୀ ରୀତା ସାହୁ ବରପାଲିରେ ପ୍ରଚାର କରିବେ । ସେହିଭଳି ବିଜେପ ପ୍ରାର୍ଥୀ ସନତ ଗଡତିଆ ଗାଇସିଲଟ ଏବଂ ବରପାଲିରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ସେହିଭଳି କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ଗାଇସିଲଟରେ ପ୍ରଚାର କରିବାର ସୂଚନା ମିଳିଛି ।