ରାଉରକେଲା ( ଏଟିଆର ବ୍ୟୁରୋ): ରାଉରକେଲାରେ ଗୋଟିଏ ବସ ଗୋଟିଏ ଗଛକୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା । ବସଟି ରାଉରକେଲାରୁ ଲହୁଣୀପଡା ଯାତ୍ରୀ ନେଇ ଯାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଲହୁଣୀପଡା ରାସ୍ତା ବୀରକେଣା ପାଖରେ ଚାନ୍ଦିନୀ ପାଖରେ ଥିବା ଏକ ଗଛକୁ ଧକ୍କା ଦେଇଛି ବସ ।
ବସିଥିବା ଯାତ୍ରୀଙ୍କ କହିବା ଅନୁସାରେ ବସଟି ଚାଲୁଥିବା ସମୟରେ ହଠାତ ଡ୍ରାଇଭର ଭାରସ୍ୟାମ ହରାଇ ଗଛକୁ ଧକ୍କା ଦେଇଥିଲେ । ଦୁର୍ଘଟଣା ବିଷୟରେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଡ୍ରାଇଭରର ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏଯାବତ ଜଣାପଡି ନାହିଁ । ଆହତମାନଙ୍କୁ ଚିକିତ୍ସା ନିମନ୍ତେ ଆରଜିଏଚରେ ଭର୍ତ୍ତି କରାଯାଇଛି ।