ଏଟିଆର ବ୍ୟୁରୋ: ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା କାର୍ଯ୍ୟ । ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ପକ୍ଷୀ ଗଣନା ପ୍ରକ୍ରିୟା ମଧ୍ୟାହ୍ନ ୧୨ ଟା ଯାଏଁ ଚାଲିବ । ଚିଲିକା ବନ୍ୟପ୍ରାଣୀ ବିଭାଗ ଏବଂ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ୫ଟି ରେଞ୍ଜ ରେ ପକ୍ଷୀ ଗଣନା କରାଯାଉଥିବା ବେଳେ ଏଥିରେ ୬୦ରୁ ଅଧିକ ଗଣନାକାରୀ ଏବଂ ୩୦ ରୁ ଅଧିକ ଗାଇଡ୍ ନିୟୋଜିତ ଅଛନ୍ତି ।
ଚିଲିକା ମଧ୍ୟରେ ୧୮ଟି ଟିମ୍ ଏବଂ ଚିଲିକା ତଙ୍କବର୍ତ୍ତି ସ୍ଥଳଭାଗରେ ୨ ଟି ନିୟୋଜିତ ଅଛନ୍ତିି ।
ପକ୍ଷୀ ଗଣନା କାର୍ଯ୍ୟରେ ଜିପିଏସ, ବାଇନାକୁଲାର ବ୍ୟବହାର କରାଯାଇଛି ।