ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଗୁରୁବାରଠାରୁ ରାଜ୍ୟରେ ଆରମ୍ଭ ହୋଇଯାଇଛି ପକ୍ଷୀ ଗଣନା । ପ୍ରଥମ ଦିନରେ ନନ୍ଦନକାନନରୁ ଆରମ୍ଭ ହେବ ଏହି ଅଭିଯାନ । ତେବେ ଏହି ଅଭିଯାନ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଗଣନା କରିବା ପାଇଁ ଏକ ବନବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ଏହି ଟିମ ପାଇଁ ଏକ ପ୍ରୋଟେକସନ କ୍ୟାମ୍ପ କରାଯାଇଛି । ଶୀତ ଋତୁରେ ଚିଲିକା ଏବଂ ବିଭିନ୍ନ ଅଭୟାରଣ୍ୟକୁ ବହୁ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ ।
ସେପଟେ ଆସନ୍ତା ୬ ତାରିଖରୁ ଭିତରକନିକା ଅଭୟାରଣ୍ୟରେ ପକ୍ଷୀଙ୍କ ଏବଂ କୁମ୍ଭୀର ଗଣନା କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୧୮ ତାରିଖରୁ ଡଲଫିନ ଗଣନା କରାଯିବ । ପ୍ରତ୍ୟକ ବର୍ଷ ଏହି ଗଣନା କରାଯାଏ । ପକ୍ଷୀଙ୍କ ସଂଖ୍ୟା ଜାଣିବା ପାଇଁ ଏହି ଗଣନା କରାଯାଏ । ତେବେ ପକ୍ଷୀ ଶିକାରୀଙ୍କ ଉପରେ ବନ ବିଭାଗ କଡା ନଜର ରଖିବ ବୋଲି ସୂଚନା ଦେଇଛନ୍ତି ପିସିସିଏଫ ସନ୍ଦୀପ ତ୍ରିପାଠୀ ।