ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜାନୁଆରୀ ୪ ରେ ଚିଲିକାରେ କରାଯିବ ଶୀତକାଳୀନ ପକ୍ଷୀ ଗଣନା । ଏନେଇ ବନବିଭାଗ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ପକ୍ଷୀ ଗଣନା ପାଇଁ ୫ ଟି ଜୋନ୍ ରେ ୨୧ ଟି ଟିମ୍ ନିୟୋଜିତ ହେବେ । ସେହି ୫ ଟି ଜୋନ୍ ହେଉଛି ଟାଙ୍ଗୀ, ବାଲୁଗାଁ, ସାତପଡା, ରମ୍ଭା ଓ କୃଷ୍ଣପ୍ରସାଦ ।
ଏହି ପକ୍ଷୀ ଗଣନା କାର୍ଯ୍ୟରେ ଚିଲିକା ବନ୍ୟପ୍ରାଣୀ ବିଭାଗ ଅଧିକାରୀ, ଚିଲିକା ଉନ୍ନୟନ ପରିଷଦ, ପକ୍ଷୀ ସୁରକ୍ଷା ସମିତି କର୍ମଚାରୀ ଓ ସେଚ୍ଛାସେବୀମାନେ ନିୟୋଜିତ ରହିବେ । ଜିପିଏସ୍ ଓ ବାଇନୋକୁଲାର ଜରିଆରେ ସକାଳ ୬ ରୁ ଆରମ୍ଭ ହେବ ଗଣନା । ଏନେଇ ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।