ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ସାରା ଦେଶରେ ତଥା ରାଜ୍ୟରେ ଏବେ ବାର୍ଡ ଫୁଲର ଆତଙ୍କ ଦେଖିବାକୁ ମିଳୁଛି । ଉତ୍ତରପ୍ରଦେଶ , ହରିଆଣା ,କେରଳ , ଗୁଜୁରାଟ,ହିମାଚଳପ୍ରଦେଶ , ଓ ରାଜସ୍ଥାନ ଭଳି ଆଦି ରାଜ୍ୟରେ ଦିନକୁ ଦିନ ସ୍ଥିତି ଖରାପ ହେବାରେ ଲାଗିଛି । ରାଜ୍ୟରେ ଅନେକ ପକ୍ଷୀ ମରି ପଡିଥିବାର ମଧ୍ୟ ଦେଖିବାକୁ ମିଳୁଛି ।
ରାଜଧାନୀ ଦିଲ୍ଲୀ , ଛତିଶଗଡ, ଏବଂ ମହାରାଷ୍ଟ୍ର ସମେତ ଅନେକ ରାଜ୍ୟରେ ପକ୍ଷୀମାନଙ୍କ ନମୁନା ପରୀକ୍ଷା ପାଇଁ ଲ୍ୟାବ କୁ ପଠାଯାଇଛି । ମତ୍ସପାଳନ ଓ ପଶୁପାଳନ ଫାର୍ମିଂ ମନ୍ତ୍ରୀଳୟ କହିଛନ୍ତି ବର୍ତ୍ତମାନ ସୁଦ୍ଧା ୭ଟି ରାଜ୍ୟର ବାର୍ଡ ଫୁଲ ସ୍ପଷ୍ଟ ହୋଇଛି । ଏନେଇ ଅନ୍ୟ ରାଜ୍ୟ ମାନଙ୍କ ସହ ମଧ୍ୟ ପରାମର୍ଶ ଜାରି ରହିଛି । ଆଗକୁ ଏହି ରୋଗ କିଭଳି ଭାବେ ନ ବ୍ୟାପିପ ଏ ନେଇ ମଧ୍ୟ ସତର୍କତା ଜାରି ରହିଛି ।
ଛତିଶଗଡରେ କୁକୁଡାଙ୍କ ସମେତ ଅନ୍ୟ ପଣୁପକ୍ଷୀଙ୍କ ମୃତ୍ୟୁ ହୋଇଥିବାର ଦେଖିବାକୁ ମିଳିଛି । ସେହିଭଳି ମହାରାଷ୍ଟ୍ରର ମୁମ୍ବାଇ , ଠାଣେ , ଡପୋଲି , ପରଭାନି,ଆଦି ଜିଲ୍ଲାରେ ଶହ ଶହ ସଂଖ୍ୟରେ କାଇଙ୍କର ମୃତ୍ୟୁ ହୋଇଥିବାର ମଧ୍ୟ ଦେଖିବାକୁ ମିଳିଛି । ପକ୍ଷୀମାନଙ୍କ ନମୂନା ସଂଗ୍ରହ କରାଯାଇ ଭୋପାଲ ସ୍ଥିତ ରାଷ୍ଟ୍ରିୟ ଉଚ୍ଚ ସୁରକ୍ଷା ପଶୁରୋଗ ସଂସ୍ଥାନ କୁ ପଠାଯାଇଛି ।