କେନ୍ଦ୍ରାପଡା(ଏଟିଆର ବ୍ୟୁରୋ): ଆଜିଠାରୁ ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ଏହି ଗଣନା କାର୍ଯ୍ୟକ୍ରମ ୭ ଦିନ ପର୍ଯ୍ୟନ୍ତ ଚାଲିବ । ଚଳିତବର୍ଷ ପକ୍ଷୀ ଗଣନା ପାଇଁ ୨ ଟି ଟମ୍ ଗଠନ ହୋଇଛି । ପ୍ରତ୍ୟେକ ଟିମରେ ୭ ଜଣ ଲେଖାଏଁ ସଦସ୍ୟ ଅଛନ୍ତି ।
ଦେଶର କୋଣ ଅନୁକୋଣରୁ ବିଭିନ୍ନ ପ୍ରଜାତିର ଦେଶୀୟ ପକ୍ଷୀ ନିଜର ବିସ୍ତାର ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ଆସିଛନ୍ତି । ବର୍ଷା ରତୁ ଆଗମଦରେ ଦେଶର କୋଣ ଅନୁକୋଣରୁ ନିଜର ବଂଶ ବିସ୍ତାର ପାଇଁ ଗେଣ୍ଡାଳିଆ , ରାଣୀ ବଗ, ମଝିଆ ବଗ,ଛୋଟ ବଗ, ଅଞ୍ଜନା ବା ମାଟିଆ ବଗ, ଦାଆଁବେଟିଆ, କାପରଖାଇ ଆଦି ପକ୍ଷୀ ଭିତରକନିକା ଭିତରକନିକାକୁ ଆସୁଛନ୍ତି । ସେମାନେ ଭିତରକନିକାର ବଗ ଗହଣ , ମଠଆଡିଆ,ଲକ୍ଷ୍ମୀପ୍ରସାଦିଆ,ଦୁର୍ଗପ୍ରସାଦିଆର ଗଛମାନଙ୍କରେ ବସା ବାନ୍ଧିଛନ୍ତି ।