ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଗୋଟେ ଦିନର ବ୍ୟବଧାନ ପରେ ଆଜିଠାରୁ ପୁଣି ହେବ ରାଜ୍ୟରେ ଟିକାକରଣ । ଏଥର ୧୦୦ ବଦଳରେ ଗୋଟିଏ ଗୋଟିଏ ଟିକାକରଣ କେନ୍ଦ୍ରରେ ୨୦୦ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରାଯିବ । ସମସ୍ତ ମେଡିକାଲ କଲେଜରେ ୫ ଟି ସେସନ ସାଇଟରେ ହେବ ଟିକାକରଣ । ପ୍ରତି ଟିମରେ ୫ ଜଣ ବଦଳରେ ୬ ଜଣ ଭ୍ୟାକ୍ସିନ ଇନଚାର୍ଜ ରହିବେ ।
ଟିକାକରଣ ପାଇଁ ସସ୍ୱାସ୍ଥ୍ୟକର୍ମୀ , କୋଭିଡ ଯୋଦ୍ଧା ଓ ବରିଷ୍ଠ ନାଗରିକଙ୍କୁ ଚିହ୍ନଟ କରାଯାଇ ତାଙ୍କୁ ମେସେଜ ପଠାଯାଇଛି । ଏଥିପାଇଁ ସବୁ ଜିଲ୍ଲାପାଳ ଓ ମହାନଗର କମିଶନରଙ୍କୁ ମାଇକ୍ରୋ ପ୍ଲାନିଂ କରି ସରକାରଙ୍କ ଅବଗତ କରାଇବା ପାଇଁ କୁହାଯାଇଛି । ପ୍ରଥମ ଦିନରେ ୧୩ ହଜାର ସ୍ୱାସ୍ଥ୍ୟକର୍ମୀ ଟିକା ନେଇଛନ୍ତି । ଯାହା ଧାର୍ଯ୍ୟ ଲକ୍ଷ୍ୟ ଥିଲା ୮୫ ପ୍ରତିଶତ ।
ଆଜି ସାରା ରାଜ୍ୟରେ ୩୧ ହଜାର ୯୦୨ ଜଣଙ୍କୁ ଟିକା ଦିଆଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଆଜି ଟିକାକରଣ ପାଇଁ ରାଜ୍ୟରେ ୩୮୦ ଟି ସେସନ କରାଯାଇଛି । ଭୁବନେଶ୍ୱରରେ ୩୯ ଟି ସେସନ ଯୋଜନା କରାଯାଇଛି । ୭ ରୁ ୧୦ ଦିନ ମଧ୍ୟରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଟକାକରଣ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।