ଭୁବନେଶ୍ୱର ( ଏଟିଆର ବ୍ୟୁରୋ): କେନ୍ଦ୍ରାପଡାରେ ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଟଙ୍କା ବାଣ୍ଟୁଛନ୍ତି ବୋଲି ଅଭିଯୋଗ ଆଣିଛି ବିଜେଡି । ବିଜେଡିର ଏକ ପ୍ରତିନିଧି ଦଳ ଏନେଇ ସିଇଓଙ୍କ ପାଖରେ ଅଭିଯୋଗ କରିଛି କି । କେନ୍ଦ୍ରପଡାରେ ବୈଜୟନ୍ତ ତାଙ୍କର ୪ ସହଯୋଗୀଙ୍କ ମାଧ୍ୟମରେ ଏହି ଟଙ୍କା କାରବାର କରୁଛନ୍ତି । ବିଜେଡି କହିଛି ନିର୍ବାଚନ ଜିତିବା ପାଇଁ ବୈଜୟନ୍ତ ଟଙ୍କା ବାଣ୍ଟିବା ପରି ନିମ୍ନ ମାନର କାର୍ଯ୍ୟ କରୁଛନ୍ତି । କେନ୍ଦ୍ରାପଡା ବଉଳ ବିହାରରେ ଥିବା ବୈଜୟନ୍ତଙ୍କ ଏକ କାର୍ଯ୍ୟାଳୟରେ ଏହି କାରବାର ଚାଳିଛି ବୋଲି ବିଜେଡି କହିଛି ।
ବିଜେଡି ପକ୍ଷରୁ ଏନେଇ ସେମାନଙ୍କ ନାମ ସମେତ ମୋବାଇଲ ନଂ ସିଇଓଙ୍କୁ ଦିଆଯାଇଛି । ନିର୍ବାଚନ ସରିବା ପର୍ଯ୍ୟନ୍ତ ସେମାନଙ୍କ ମୋବାଇଲ ଫୋନ ସର୍ଭିଲେନ୍ସରେ ରଖାଯିବା ସହିତ ଏ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେଡି ଦାବି କରିଛି । ଏନେଇ ସସ୍ମିତ ପାତ୍ର ପ୍ରତିକ୍ରିୟାରେ କହିଛନ୍ତି ଭୋଟ ହାତେଇବା ପାଇଁ ଏମିତି କୁତ୍ସିତ କାମ ର୍ଦୁଭାଗ୍ୟଜନକ ବୋଲି କହିଛନ୍ତି । ସୂଚନାଯୋଗ୍ୟ ବୈଜୟନ୍ତ ପଣ୍ଡାଙ୍କ ବିପକ୍ଷରେ କେନ୍ଦ୍ରାପଡାରେ ବିଜେଡି ଲୋକସଭା ପ୍ରାର୍ଥୀ ରହିଛନ୍ତି ଅଭିନେତାରୁ ନେତା ବନିଥିବା ଅନୁଭବ ମହାନ୍ତି ।