ଭୁବନେଶ୍ୱର ( ଏଟିଆର ବ୍ୟୁରୋ) : ବିଜେଡି ଓ ବୈଜୟନ୍ତ ପଣ୍ଡାଙ୍କ ମଧ୍ୟରେ ଦୀର୍ଘଦିନ ହେଲା ଚାଲିଥିବା ଆରୋପ ପ୍ରତ୍ୟାରୋପ ଚରମ ସୀମାରେ ପହଞ୍ଚିଛି । ତାଙ୍କୁ ଠକ ଓ ବେଇମାନ କୁହାଯିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ବିଜେପି କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ସେ କହିଛନ୍ତି ବିଜେଡିର କୌଣସି ଅଧିକାର ନାହିଁ ମତେ ଠକ ଆଉ ବେଇମାନ କହିବାର ।
କେନ୍ଦ୍ରାପଡାବାସୀଙ୍କ ପାଇଁ ମୁଁ ନୂଆ ନୁହେଁ । ରାଜ୍ୟ ସରକାର କହୁଛନ୍ତି ପିସି ନିଆଯାଉନି ବୋଲି କିନ୍ତୁ ମୁଁ ପିସି ନ ଦେବାରୁ ୫୭ ଟି ପାଣି ପ୍ରକଳ୍ପ ନିର୍ମାଣ ପ୍ରତିଷ୍ଠା କରିବାରେ ମୋ ପାଇଁ ବାଧା ସୃଷ୍ଟି କରାଗଲା । ଆହୁରି ମଧ୍ୟ କେନ୍ଦ୍ରାପଡାରେ ଶିଳ୍ପ ପ୍ରତିଷ୍ଠା ନହେବା ପ୍ରସଙ୍ଗ ଉପରେ ବୈଜୟନ୍ତ କହିଛନ୍ତି- ଶିଳ୍ପ ପାଇଁ ଭିତ୍ତିଭୂମିର ଆବଶ୍ୟକତା ଥିଲା । ବନ୍ଦର ଓ ରେଳ ସଂଯୋଗ ନଥିଲେ ଶିଳ୍ପ ପ୍ରତିଷ୍ଠା ସମ୍ଭବ ନୁହେଁ । ଅନେକ ସମୀକ୍ଷା ବୈଠକ କରିବା ପରେ ଧାମରା ବନ୍ଦର, ହରିଦାସପୁର- ପାରାଦୀପ ରେଳ ପଥ, କଟକ ଚାନ୍ଦବାଲୀ ଜାତୀୟ ରାଜପଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ପ୍ରଥମ ପର୍ଯ୍ୟାୟ ମତଦାନରୁ ସ୍ପଷ୍ଟ ହେଉଛି ଓଡିଶାରେ ବିଜେପି ସରକାର ଗଢିବ ।, କେନ୍ଦ୍ରରେ ମୋଦି ପ୍ରଧାନମନ୍ତ୍ରୀ ହେବେ ଓ କେନ୍ଦ୍ରାପଡାରେ ବିଜେପି ଜିତିବ । ସେ ଆହୁରୀ ମଧ୍ୟ କହିଛନ୍ତି କେନ୍ଦ୍ରାପଡାକୁ ମୋଦି ଓ ଅମିତ ଶାହା ପ୍ରଚାର କରିବାକୁ ଆସିବେ ।