ଭୁବନେଶ୍ୱର (ଏଟିଆର ବ୍ୟୁରୋ ):ପ୍ରତି ବର୍ଷ ବହୁ ଆଡମ୍ବର ସହ ପାଳନ ହୁଏ ମହାପ୍ରଭୁଙ୍କ ସାନ୍ନ ପୂର୍ଣ୍ଣିମା ଉତ୍ସବ l କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ବ୍ୟାପୁ ଥିବାରୁ ଅଳ୍ପ ସେବାୟତଙ୍କୁ ନେଇ ସାନ୍ନ ପୂର୍ଣ୍ଣିମା ଅନୁଷ୍ଠିତ ହେବ ବୋଲି ମନ୍ଦିର ପ୍ରଶାସନ ଓ ସରକାରଙ୍କ ପକ୍ଷରୁ ନିଷ୍ପତି ନିଆଯାଇଛି l ଏହା ସହ ଚଳିତ ବର୍ଷ କେବଳ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଲାଇଭ ଟେଲିକାଷ୍ଟ ଓ ୱେବ ଟେଲିକାଷ୍ଟ କରିବ ବୋଲି ନିଷ୍ପତି ନିଆଯାଇଛି l ତେବେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଲାଇଭ ଟେଲିକାଷ୍ଟ ଫିଡ଼କୁ ସବୁ ଚ୍ୟାନେଲ ସହ ଶେୟାର କରିବ ବୋଲି ଜଣାପଡିଛି l ଏନେଇ ମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି l ଏହି ଲାଇଭ ଟେଲିକାଷ୍ଟର ନୋଡାଲ ଅଫିସ ଭାବେ ଶୁଭ୍ରାଂଶୁ ଶେଖର ପାଢ଼ୀଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ଦାୟିତ୍ୱ ଦିଆଯାଇଛି l ତେବେ ରାଜ୍ୟରେ କରୋନା ମହାମାରୀ ବ୍ୟାପୁ ଥିବାରୁ କୋଭିଡ -19 ନିୟମ ମାନି ମହାପ୍ରଭୁଙ୍କ ସାନ୍ନ ପୂର୍ଣ୍ଣିମା କରିବା ପାଇଁ ସରକାର ନିର୍ଦେଶ ଦେଇଛନ୍ତି l ସେହିପରି ସାନ୍ନ ପୂର୍ଣ୍ଣିମା ପାଇଁ ସେବାୟତ ମାନଙ୍କର କରୋନା ପରୀକ୍ଷା ହେବ ବୋଲି ପୂର୍ଵରୁ ସ୍ଥିର କରାଯାଇଛି l ଅନ୍ୟପଟେ କୋଭିଡ ନିୟମ ମାନି ରଥ କାମ ଆଗେଇ ଚାଲିଛି l
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024