ଭୁବନେଶ୍ୱର ( ଏଟିଆର ବ୍ୟୁରୋ): କଂଗ୍ରେସ ଓ ବିଜେପି ଗତ କାଲି ଇସ୍ତାହାର ପ୍ରକାଶ କରିଥିବା ବେଳେ ଆଜି ନବୀନ କଳାହାଣ୍ଡି ଗସ୍ତରୁ ଫେରି ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛନ୍ତି । ଏହି ଅବସରରେ ନବୀନ କହିଛନ୍ତି ବିଜେଡି ଯାହା ପ୍ରତିଶୃତି ଦେଇଛି ତାକୁ ପାଳନ କରିଛି । ଆହୁରୀ ମଧ୍ୟ ସେ ସିଧାସଳଖ ବିଜେପିକୁ ଟାର୍ଗେଟ କରିଛନ୍ତି । ଅନ୍ୟ ଦଳ ମାନଙ୍କ ପରି ଆମେ କେବେ ଭୁଲୁନି । ବିଜେପି ଓ କଂଗ୍ରେସ ପରି ବିଜେଡି ମଧ୍ୟ ମହିଳାଙ୍କୁ ଟାର୍ଗେଟ କରିଛି ମହିଳା ଶଶକ୍ତି କରଣ ଉପରେ ଦେଇଛି ଗୁରୁତ୍ୱ । ସେହିପରି ଚାଷୀ ମାନଙ୍କ ପାଇଁ ପ୍ରଥମ କିତ୍ତିରେ ୧୦ ହଜାର ଟଙ୍କା ଏକା ଥରକେ ପ୍ରଦାନ କରିବାକୁ ଦଳ ଘୋଷଣା କରିଛି ।
ସେହିଭଳି ଗତ କାଲି ଘୋଷଣା କରିଥିବା ଗରିବ ଝିଅଙ୍କ ବିବାହ ପାଇଁ ୨୫ ହଜାର ଟଙ୍କାର ସହାୟତାକୁ ମଧ୍ୟ ଇସ୍ତାହାରରେ ସ୍ଥାନ ଦେଇଛି ବିଜେଡି । ି ୫୦ ହଜାର କୋଟି ଟଙ୍କାର ଜଳ ସେଚନ ଓ କାଳିଆ ଟଙ୍କା ସହିତ କାଳିଆ ମେଧାବୃତ୍ତି ପ୍ରଦାନ କରିବ ବୋଲି ପ୍ରତିଶୃତି ଦେଇ ଚାଷୀ ମାନଙ୍କ ଭୋଟ ନିଜ ସପକ୍ଷରେ ନେବାକୁ ଚେଷ୍ଟା କରିଛି ବିଜେଡି । ବିଜେଡି ୧୨ ପୃଷ୍ଠା ସମ୍ବଳିତ ପ୍ରକାଶ କରିଥିବା ଇସ୍ତାହାରରେ ପ୍ରକାଶ କରାଯାଇଥିବା ଘୋଷଣା-
-ସ୍ୱତନ୍ତ୍ର ୧୩ ଟି ବିକାଶ ପରିଷଦ ଗଠନ
-ଧାନର ସହାୟକ ମୂଲ୍ୟ ୨୯୩୦
– ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୫ ହଜାର କୋଟି ଟଙ୍କାର କାରବାର ସୁଯୋଗ
– କୃଷକଙ୍କ ପାଇଁ ୱେୟାର ହାଉସ ନିର୍ମାଣ
– ଶିକ୍ଷା କ୍ଷେତ୍ରରେ ବିନା ସୁଧରେ ଋଣ
-ଶିକ୍ଷାନୁଷ୍ଠାନରେ ମାଗଣା ୱାଇ ଫାଇ ସେବା