ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ବିଜେଡି କର୍ମୀଙ୍କୁ ଗୁଳି ମାଡ ା ଭୁବନେଶ୍ୱର ସ୍ଥିତ ଧଉଳି ଥାନା ଅନ୍ତର୍ଗତ ଲିିଙ୍ଗିପୁର ଟାଙ୍କି ନିକଟରେ ଫୁଟିଲା ଗୁଳି । ଅଳ୍ପକେ ବର୍ତ୍ତିଗଲେ ବିଜେଡି କର୍ମୀ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି ଗୁଳି ମାଡ କରାଯାଇଥିବାର ଜଣାପଡିଛି । ତୈଳ ଦର ବୃଦ୍ଧିକୁ ନେଇ ବିଜେଡି ତରଫରୁ ଲିଙ୍ଗିପୁର ପେଟ୍ରୋଲ ଟାଙ୍କି ସମ୍ମୁଖରେ ଆଜି ଧାରଣା ଦେବାର କାର୍ଯ୍ୟକ୍ରମ ରହିଥିଲା । ସେଠାରେ ବିଜେଡି କର୍ମୀମାନେ ତେଲ ଦର ବୃଦ୍ଧିକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଠିକ ଏହି ସମୟରେ ସେଠାରେ ଉପସ୍ଥିତ ଥିବା ବିଜେଡି କର୍ମୀ ରବି ପାତ୍ରଙ୍କୁ କେହି ଜଣେ ବ୍ୟକ୍ତି ନିକଟସ୍ଥ ରାସ୍ତା ପାଖକୁ ଡାକିନେଇଥିଲେ । ତେବେ ସେଠାରେ ତାଙ୍କ ଉପରକୁ ହଠାତ ଗୁଳି ମାଡ କରାଯାଇଥିଲା । ହେଲେ ଗୁଳି ଟି ରବି ପାତ୍ରଙ୍କ ଦେହ ବାଜିନଥିଲା । ଫଳରେ ଅଳ୍ପକେ ବର୍ତ୍ତି ଯାଇଥିଲେ ରବି ।
ସେପଟେ ରବିକୁ ଗୁଳି ମାଡ କରିଥିବା ଲୋକକୁ ଗିରଫ ଦାବିରେ ଉତ୍ତେଜନା ସୃଷ୍ଟି ହୋଇଥିଲ । ଗୁଳିକାଣ୍ଡର ପ୍ରତିବାଦରେ ବହୁ ବିଜେଡି କର୍ମୀ ଲିଙ୍ଗିପୁର ଛକରେ ରାସ୍ତା ରୋକ କରିଥିଲେ । ରାସ୍ତା ରୋକ ଯୋଗୁ ଭୁବନେଶ୍ୱର – ପୁରୀ ଯିବା ରାସ୍ତା ଜାମ ହୋଇଯାଇଥିଲା । ଫଳରେ ରାସ୍ତା ଉପରେ ଅନେକ ଯାନବାହନ ଅଟକିିଯାଇଥିିଲା ା ଘଟଣା ସ୍ଥଳରେ ଧଉଳି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।