ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଓଡିଆ ପାଇଲଟଙ୍କୁ ଶିଘ୍ର ଉଦ୍ଧାର କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିଛନ୍ତି ଆସ୍କା ନବନିର୍ବାଚିତ ସାଂସଦ ପ୍ରମିଳା ବିଷୋୟୀ । ସେ ନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଚିଠିରେ ନିବେଦନ କରିଛନ୍ତି । ଚିଠିରେ ପ୍ରମିଳା ବିଷୋୟୀ ବାୟୁସେନାରେ ନିଖୋଜ ଏନ -୩୨ରେ ଥିବା ଓଡିଆ ପାଇଲଟ ସୁନୀତ ମାହାନ୍ତିଙ୍କ ସମେତ ଅନ୍ୟମାନଙ୍କୁ ଉଦ୍ଧାର କରିବାକୁ ସେ ଚିଠିରେ ଦର୍ଶାଇଛନ୍ତି ।
ସୂଚନାଯୋଗ୍ୟ ସୁନୀତଙ୍କ ଘର ପ୍ରମିଳାଙ୍କ ନିର୍ବାଚନୀ ମଣ୍ଡଳିରେ ବୋଲି ଜଣାପଡିଛି । ସୁନୀତଙ୍କ ଘର ଗଞ୍ଜାମ ଜିଲ୍ଲା କବି ସୂର୍ଯ୍ୟ ନଗରରେ । ଗତ ଏନ-୩୨ ବିମାନ ୧୩ ଜଣଙ୍କୁ ନେଇ ଆସାମରୁ ଗୌହାଟି ଉଡାଣ ଆରମ୍ଭ କରିଥିଲା । ଏହା ଉଡାଣର ଘଣ୍ଟାଏ ପରେ କେଉଁଆଡେ ନିଖୋଜ ହୋଇଯାଇଥିଲା । ତେବେ ଏହି ୧୩ ଜଣ ଯାତ୍ରୀଙ୍କ ମଧ୍ୟରେ ଫ୍ଲାଇଟ ଲେଫ୍ଟଲାଣ୍ଟ ସୁମିତ ମହାନ୍ତି ରହିଥିଲେ ।
ତେବେ ନିଖୋଜ ବାୟୁସେନା ବିମାନର ତଲାସି ପାଇଁ ଉଭୟ ଜଳ, ସ୍ଥଳ ଓ ବାୟୁସେନା ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ତଲାସୀ କାର୍ଯ୍ୟରେ ବାୟୁସେନାର ସି -୧୩୦ ଜେ, ଏମଆଇ -୧୭, ଏଏନ-୩୨ ଏବଂ ଏଏଲଏ ହେଲିକପ୍ଟରକୁ ନିୟୋଜିତ କରାଯାଇଛି । ସେହଭଳି ବିମାନରେ ଥିବା କର୍ମଚାରୀଙ୍କ ପରିବାର ସହିତ ନିୟମିତ ଯୋଗାଯୋଗ ରକ୍ଷା କରାଯାଉଛି ।