ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ପ୍ରକାଶ ପାଇଲା ବିଜେଡି ଦଳର ୧୪ ଜଣିଆ ମୁଖପାତ୍ରଙ୍କ ତାଲିକା । ପ୍ରାୟ ଏକ ବର୍ଷ ପରେ ବିଜେଡିର ମୁଖପାତ୍ର ଦଳକୁ ପୁନର୍ଗଠନ କରିଛନ୍ତି ବିଜେଡି ଦଳର ସଭାପତି ତଥା ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଏନେଇ ଦଳ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ରିଲିଜ ରେ କୁହାଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତି କ୍ରମେ ଏହି ପରିବର୍ତ୍ତନ ଅଣାଯାଇଛି ।
ବିଜେଡି ପକ୍ଷରୁ ଜାରି କରାଯାଇଥିବା ୧୪ ଜଣ ଜଣିଆ ମୁଖପାତ ତାଲିକାରେ ପୂର୍ବ ଭଳି ପ୍ରସନ୍ନ ଆଚାର୍ୟ୍ୟ, ଦେବୀ ପ୍ରସାଦ ମିଶ୍ର, ପ୍ରତାପ କେଶରୀ ଦେବ , ପ୍ରଶାନ୍ତ ନନ୍ଦ, ଦେବାଶିଷ ସାମନ୍ତରାୟ, ଅରୁଣ କୁମାର ସାହୁ, ରବି ନାରାୟଣ ନନ୍ଦ, ସମୀର ରଂଜନ ଦାଶ, , ସସ୍ମିତ୍ ପାତ୍ର ଓ ସୁଲୋଚନା ଦାସଙ୍କ ନାମ ରହିଥିବା ବେଳେ ଗଣମାଧ୍ୟମ ପ୍ୟାନେଲିଷ୍ଟ ଥିବା ଦେବାଶିଷ ମାରାଣ୍ଡିଙ୍କୁ ଦଳର ନୂଆ ମୁଖପାତ୍ର ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି ।
ସେହିପରି ଅତନୁ ସବ୍ୟସାଚୀ ନାୟକ ଓ ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ମଧ୍ୟ ଦଳର ମୁଖପାତ୍ର ଦାୟିତ୍ୱ ଦେଇଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ବିଜେଡି ଦଳର ଜଣେ ପ୍ରମୁଖ ମୁଖପାତ୍ର ତଥା ସଚେତକ ଭାବେ ଅମର ସତପଥୀଙ୍କ ନାମ ମୁଖପାତ୍ର ଦଳରେ ନଥିବା ବେଳେ ଅମର ପଟ୍ଟନାୟକଙ୍କୁ ବିଜେଡିର ନୂଆ ମୁଖପାତ୍ର ଭାବେ ଘୋଷଣା କରାଯାଇଛି ।