ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଦଳୀୟ କର୍ମୀ କଲେ ଲିଳା କିନ୍ତୁ ସାଧାରଣ ଜନତା କଲେ.. ପାୱାରରେ ଥିବାରୁ ସବୁ ଦୋଷ ମାଫ । ମନ ଇଛା ଯାହାବି କରିବାର ଅଛି କରିଚାଲ । ତମ ଭୁଲ ଆମେ ଦେଖିବୁନି । କିନ୍ତୁ ସାଧାରଣ ଲୋକ ଯଦି ଏଭଳି କରେ ଆମେ ଗୋଡେଇ ଗୋଡେଇ ଧରିବୁ ଆଉ ଫାଇନ କାଟିବୁ । ତେବେ ଆପଣ ଭାବୁଥିବେ କି ଆମେ ଏମିତ କଣ ପାଇଁ କହୁଛୁ । ଆଜ୍ଞା ଆପଣ ଯଦି କେବେ ବିନା ହେଲମେଟରେ ସକାଳୁ କିମ୍ବା ସନ୍ଧ୍ୟାରେ ନାଲକୋ ଛକ ଦେଇ ଆସୁଥିବେ ତେବେ ଟ୍ରାଫିକ ବାବୁ ଆପଣଙ୍କୁ ଗୋଡେଇ ଗୋଡେଇ ଧରି ଫାଇନ କାଟୁଛନ୍ତି । କିନ୍ତୁ ବିଜେଡି କର୍ମୀମାନେ ଯଦି ଏଭଳି କରୁଛନ୍ତି ତେବେ ସେମାନଙ୍କ ସବୁ ଦୋଷ କ୍ଷମା । କାରଣ ସେମାନେ ପାୱରରେ ଅଛନ୍ତି । ତେବେ ଏହି କଥା ଆମେ କହୁନାହୁଁ ଏହି କଥା ସାଧାରଣ ଜନତା ଅଭିଯୋଗ କରିଛନ୍ତି ।
ପୂର୍ବତଟ ରେଳ ବିଭାଜନକୁ ବିରୋଧ କରି ଶନିବାର ପୂର୍ବତଟ ରେଳପଥ ସମୁଖରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ତେବେ ବିକ୍ଷୋଭରେ ଯୋଗ ଦେବା ପାଇଁ ଶହ ଶହ ଯୁବ ଏବଂ ଛାତ୍ର ବିଜେଡି କର୍ମୀ ବାଇକ ରାଲି କରି ଆସିଛନ୍ତି । କିନ୍ତୁ ଜଣେ ବି କେହି ହେଲମେଟ ପିନ୍ଧି ନାହାଁନ୍ତି । ଏମିତିକି ଅଧିକାଂଶ ଗାଡିରେ ତିନିଜଣ ଲେଖାଏଁ ବସି ନାରାବାଜି କରି ଆସିଥିଲେ । କେତେକ କର୍ମୀ ଫୁଟପଥ ରାସ୍ତା ଉପରେ ମଧ୍ୟ ଗାଡି ଚଳାଇ ଆସୁଥିଲେ । କିନ୍ତୁ ଯଦି କେହି ଏହାକୁ ବିରୋଧ କରିଛି ତେବେ ତାକୁ ଖରାପ ଭାଷାରେ ଗାଳି ଶୁଣିବାକୁ ପଡିଛି । ତେବେ ସେ ଯାହାବି ହେଉ ଦଳୀୟ କାର୍ଯ୍ୟକ୍ରମମାନେ ସକାଳୁ ଯୋଗ ଦେବାକୁ ଯାଉଥିବା ବେଳେ ଟିକେ ନମାରିକି ଗଲେ କଣ ଖେଳ ଜମିବ । ଆଉ ମାଲଟା ପଡିବା ପରେ..ତେବେ ଏଭଳି ବିଭିନ୍ନ ଅଭିଯୋଗ କରିଛନ୍ତି ସାଧାରଣ ଜନତା ।
ତେବେ ଏଠାରେ ପ୍ରଶ୍ନ ଉଠୁଛି ଟ୍ରାଫିକ ପୋଲିସ ଉପରେ । ସକାଳୁ ସକାଳୁ ଫାଇନ କାଟିବା ପାଇଁ ନାଲକୋ ଆଗରେ ଟ୍ରାଫିକ ବାବୁମାନେ ଠିଆ ହୋଇଛନ୍ତି । କିନ୍ତୁ ଶତାଧିକ ବିଜେଡି କର୍ମୀ ରାଲି କରି ଯାଉଥିଲେ ସୁଦ୍ଧା ଜଣଙ୍କ ପାଖରୁ ଫାଇନ କାଟୁ ନାହାଁନ୍ତି । ତେବେ ଟ୍ରାଫିକ ବାବୁ ଏହାକୁ ଦେଖି ଅଣଦେଖା କରୁଛନ୍ତି ନାଁ ଉପରୁ ପ୍ରେସର ପଡିଛି । ଯେଉଁଠି ପାଇଁ ସାଧାରଣ ଲୋକଠାରୁ ଫାଇନ କାଟାଯାଉଥିବା ବେଳେ ଦଳୀୟ କର୍ମୀଙ୍କୁ ମାଫ କରାଯାଉଛି । ଏଭଳି ଅନେକ ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଜନତା । ସମାନ ପରିସ୍ଥିତି ଦେଖାଦେଇଛି ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟରେ । ଦଳିୟ କର୍ମୀ ରଙ୍ଗରୁଟରେ ଆସିଲେ ସେମାନଙ୍କୁ କ୍ଷମା କିନ୍ତୁ ସାଧାରଣ ଜନତା ଆସିଲେ ତାକୁ… ଯଦି କେହି ରଙ୍ଗରୁଟରେ ଆସି ମୁଁ ବିଜେଡି କର୍ମୀ,ରେଳପଥ ପାଖକୁ ଯାଉଛି କହେ ତେବେ ତାକୁ ମଧ୍ୟ କ୍ଷମା କରାଯାଉଥିବା ଦେଖିବାକୁ ମିଳୁଛି । ତେବେ ଏହି ଘଟଣାକୁ ନେଇ ସାଧାରଣ ଜନତା କଥା ହେଉଛନ୍ତି ଦଳିୟ କର୍ମୀ କଲେ ଲିଳା ଆଉ ସାଧାରଣ ଜନତା କଲେ…