ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପରଲୋକରେ ବିଜେପିର ବରିଷ୍ଠ ନେତା ତଥା ଅବସରପ୍ରାପ୍ତ ଆଇପିଏସ ଅଫିସର ଅଶୋକ ସାହୁ । ଆଜି କଟକ ସ୍ଥିତ ପିଠାପରୁ ବାସଭବନରେ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୁତ୍ୟୃ ବେଳକୁ ତାଙ୍କୁ ୬୮ବର୍ଷ ହୋଇଥିଲା । ଅସୁସ୍ଥତା କାରଣରୁ ତାଙ୍କର ଆଜି ମୁତ୍ୟୃ ହୋଇଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ସଚୂନା ଦିଆଯାଇଛି ।
ଅଶୋକ ସାହୁ କୋରାପୁଟର ଜୟପୁରରେ ଜନ୍ମଗ୍ରହଣ କରିଥିଲେ । ସେ ପ୍ରଥମେ ଆସାମ କ୍ୟାଡରର ଆଇପିଏସ ଅଫିସର ହୋଇଥିଲେ । ଆସାମର ଅତିରିକ୍ତ ପୋଲିସ ଡିଜି ପଦବୀରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ । ପରେ ଓଡିଶା ବିଜେପିରେ ସାମିଲ ହୋଇଥିଲେ ଅଶୋକ ସାହୁ ।
୨୦୦୯ ସାଧାରଣ ନିର୍ବାଚନରେ କନ୍ଧମାଳ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ଓ ପରେ ୨୦୧୪ରେ ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । ଅଶୋକ ସାହୁଙ୍କ ପରଲୋକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି ।
ଆମ ଦଳର ଦୀର୍ଘ ସମୟର କାର୍ଯ୍ୟକର୍ତ୍ତା ତଥା ଅବସର ପ୍ରାପ୍ତ ଆଇପିଏସ ଅଧିକାରୀ ଅଶୋକ ସାହୁଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ ।
ଶ୍ରୀଯୁକ୍ତ ସାହୁ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପରେ ଓଡ଼ିଶାରେ ନିଜକୁ ଅନେକ ସାମାଜିକ ଓ ସାଂସ୍କୃତିକ ସଂଗଠନ ସହ ଯୋଡ଼ି ସମାଜ ସେବାରେ ସମୟ ଅତିବାହିତ କରୁଥିଲେ ।
— Dharmendra Pradhan (@dpradhanbjp) September 17, 2020