କୋଲକତା(ଏଟିଆର ବ୍ୟୁରୋ): ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିହ୍ନା ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି । କିଛଇ ଦିନ ହେଲା ଟିଏମସିର ବହୁ ବରିଷ୍ଠ ନେତା ବିଜେପିରେ ସାମିଲ ହୋଇଥିଲେ । ସେ ଅନେକ ସମୟରେ ବିଜେନି ବିରୋଧୀ ବୟାନ ମଧ୍ୟ ଦେଇଛନ୍ତି ।
ଯଶବନ୍ତ ସିହ୍ନା ଟିଏମସିରେ ସାମିଲ ହେବାପରେ ସୁବ୍ରତ ମୁଖାର୍ଜୀ ପ୍ରସନ୍ନତା ଜାହିର କରିଛନ୍ତି। ମମତାଙ୍କ ଉପରେ ହମଲା ହୋଇନଥିଲେ ସେ ବି ଆଜି ଏଠାରେ ଉପସ୍ଥିତ ହୋଇଥାନ୍ତେ ବୋଲି ସେ କହିଛନ୍ତି। ଟିଏମସିରେ ସାମିଲ ହେବା ପୂର୍ବରୁ ଯଶବନ୍ତ ମମତାଙ୍କୁ ସା%ାତ କରିବା ପାଇଁ ତାଙ୍କ ବାସଭବନକୁ ଯାଇଥିଲେ ।
ଭାଜପାର କାର୍ଯ୍ୟଶୈଳୀକୁ ଲଗାତାର ବିରୋଧ କରୁଥିବା ଯଶବନ୍ତ ରାଜନୀତିରୁ ସନ୍ୟାସ ନେବେ ବୋଲି ଚର୍ଚ୍ଚା ହେଉଥିଲା । ତେବେ ସେ ମମତାଙ୍କ ଶିବିରରେ ଯୋଗଦେଇ କ୍ସ୍ କଳ୍ପନା ଅନ୍ତ ଘଟିଛି । ଗଣତନ୍ତ୍ରର ଶକ୍ତି ଗଣତନ୍ତ୍ର ବିଭିନ୍ନ ସଂସ୍ଥାର ଶକ୍ତି ଉପରେ ନିର୍ଭର କରେ। କିନ୍ତୁ ବର୍ତ୍ତମାନ ନ୍ୟାୟପାଳିକା ଠାରୁ ଆରମ୍ଭ କରି ସବୁ ସଂସ୍ଥା ଦୁର୍ବଳ ହୋଇଯାଇଛି ବୋଲି ସେ କହିଛନ୍ତି।