ଭୁବନେଶ୍ୱର( ଏଟିଆର ବ୍ୟୁରୋ): ଆସନ୍ତା ୧୭ ତାରିଖରେ ବିଜେପିର ରାଜ୍ୟ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏହି ପଦବୀ ପାଇଁ ଆସନ୍ତାକାଲି ନାମାଙ୍କନ ରହିଛି । ସୂଚନା ଅନୁସାରେ ୧୭ ତାରିଖ ସକାଳ ୧୦ ଟା ବେଳେ ଏହି ପଦବୀ ପାଇଁ ଭୋଟିଂ ହେବ । ରାଜ୍ୟ ସଭାପତି ପଦ ପାଇଁ ସମୀର ମହାନ୍ତି, କେଭି ସିଂ ଦେଓ, ଜୟ ନାରାୟଣ ମିଶ୍ରଙ୍କ ନାଁ ଚର୍ଚ୍ଚାରେ ରହିଛି । ୧୭ ତାରିଖରେ ହେବାକୁ ଥିବା ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ରହିବେ ।
ଆସନ୍ତାକାଲି ନାମାଙ୍କନ ଅପରାହ୍ନ ୩ ଟା ବେଳେ ଭରିବା ପାଇଁ ସମୟ ଧାର୍ଯ୍ୟ ହୋଇଯାଇଛି । ୪ ଟା ୩୦ ରୁ ୫ ଟା ୩୦ ମଧ୍ୟରେ ନାମାଙ୍କନ ଯାଞ୍ଚହେବ । ଅନ୍ୟପଟେ ଆସନ୍ତା ୨୦ ତାରିଖରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏହି ପଦ ପାଇଁ କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡାଙ୍କ ନାମ ଚର୍ଚ୍ଚାରେ ରହିଛି ।