ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହୋଲଡିଂ ଟ୍ୟାକ୍ସ ଆଦାୟ କରିବେ ସ୍ୱୟଂ ସହାୟକ ଗୋଷ୍ଠି । ରାଜଧାନୀ ଭୁବନେଶ୍ୱରରେ ହୋଲଡିଂ ଟ୍ୟାକ୍ସ ଆଦାୟ କରିବେ ସ୍ୱୟଂ ସହାୟକ ଗୋଷ୍ଠି । ଏନେଇ ୨୦ଟି ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ପଏଣ୍ଟ ଅଫ୍ ସେଲ୍ ମେସିନ ପ୍ରଦାନ କରାଯାଇଛି । ଏହି ମେସିନକୁ ବିଏମସି ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ପ୍ରଦାନ କରିଛନ୍ତି ।
ଏହା ସହ ୬୭ ଟି ୱାଡ ଅଫିସର ମାନଙ୍କୁ ମଧ୍ୟ ପିଓଏସ ମେସିନ ପ୍ରଦାନ କରାଯାଇଛି । ଗତକାଲିଠାରୁ ଏମାନେ ହୋଲଡିଂ ଟ୍ୟାକ୍ସ ଆଦୟ କରୁଛନ୍ତି । ତେବେ ଏହି ହୋଲଡିଂ ଟ୍ୟାକ୍ସ କିଭଳି ଆଦାୟ କରାଯିବ ସେନେଇ ଏମାନେ ପୂର୍ବରୁ ଟ୍ରେନିଂ ନେଇଛନ୍ତି । ୱାର୍ଡ ଅଫିସରଙ୍କ କାମକୁ ଥାର୍ଡ ପାର୍ଟି ଅଡିଟ କରିବେ । ଯିଏ ବେଶୀ ଟ୍ୟାକ୍ସ ଆଦାୟ କରିଥିବେ ସେମାନଙ୍କୁ ପଦୋନ୍ନତି ମିଳିବ ବୋଲି ସୂଚନା ମିଳିଛି ।