ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଚଳିତବର୍ଷ ବିନା ଭକ୍ତରେ ରୁକୁଣା ରଥ ଆୟୋଜନକୁ ଅନୁମତି ମିଳିଛି । ବିଏମସି ପକ୍ଷରୁ ଏନେଇ ଗାଇଡଲାଇନ ଜାରି କରାଯାଇଛି । ରଥଯାତ୍ରାରେ କୈାଣସି ଭକ୍ତ ଓ ଶ୍ରଦ୍ଧାଳୁ ଭାଗ ନେଇପାରିବେ ନାହିଁ ବୋଲି ଗାଇଡଲାଇନରେ ଉଲ୍ଲେଖ କରାଯାଇଛି । କେବଳ କିଛି ସେବାୟତଙ୍କ ଉପସ୍ଥିତିରେ ଏହି ରଥ ଯାତ୍ରା ଆୟୋଜନ ହେବ ।
ଅନ୍ୟପଟେ ସମସ୍ତ ସେବାୟତଙ୍କ ଜଞ-ଚଉଜ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ସେହିପରି ରଖ ଟଣା ଓ ଓ ଫେରିବାବେଳେ କୈାଣସି ଭକ୍ତ ସାମିଲ ହେବେ ନାହିଁ । କେବଳ ସେବାୟତ ରଥ ଟଣା ଓ ଫେରିବାରେ ସାମିଲ ହେବେ । ରଥ ଟଣା ପୂର୍ବରୁ ମନ୍ଦିର କତ୍ତୃପକ୍ଷଙ୍କ ସହାୟତରେ ରଥକୁ ସମ୍ପୂର୍ଣ୍ଣ ଭାବେ ସାନିଟାଇଜ କରାଯିବ । ରଥଟଣା ସମୟରେ କୈାଣସି ବାଦ୍ୟଯନ୍ତ୍ର ବ୍ୟବହାର କରାଯିବ ନାହିଁ ।
ଏଠାରେ ଖାଦ୍ୟ ବିକ୍ରେତା,ମୀନା ବଜାର,ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦିକୁ ବାରଣ କରାଯାଇଛି । ରଥ ଟଣା ସମୟରେ ପାନ ଛେପ, ଗୁଟଖା,ଚୋବାଇବା ପାଇଁ ବାରଣ କରାଯାଇଛି ।କୋଭିଡ୍ ଗାଇଡଲାଇନ୍ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ, ଈଗଉ କମିଶନର ପ୍ରେମଚନ୍ଦ୍ର ଚୌଧରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ ।