ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଗାମୀ ଶୀତ ଋତୁକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଆଣିଲା ନୂତନ ଗାଇଡଲାଇନ୍ । ଏଣିକି ବାହାଘର, ବ୍ରତଘର ଏବଂ ଶୁଦ୍ଧକ୍ରିୟାରେ ସାମିଲ ହୋଇପାରିବେ ନାହିଁ ୫୦ ରୁ ଅଧିକ ବ୍ୟକ୍ତି । ସର୍ବାଧିକ ୫୦ ଜଣଙ୍କ ମଧ୍ୟରେ ହେବ ବାହାଘର, ବ୍ରତଘର ଏବଂ ଶୁଦ୍ଧକ୍ରିୟା ।
ବିଏମସିର ନୂତନ ଗାଇଡଲାଇନ୍ ମୁତାବକ, ବିବାହ, ବ୍ରତଘର, ଶୁଦ୍ଧିକ୍ରିୟା ପାଇଁ ପୂର୍ବରୁ ବିଏମସିର ଅନୁମତି ନବାକୁ ହେବ । ଜ୍ୱର , ଥଣ୍ଡା , କାଶ ହେଉଥିବା ବ୍ୟକ୍ତିଙ୍କୁ କାର୍ଯ୍ୟକ୍ରମରେ ଅନୁମତି ନାହିଁ । ସେହିପରି ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ ଶିଶୁଙ୍କ ପାଇଁ ମଧ୍ୟ କଟକଣା ରହିଛି । କାର୍ଯ୍ୟକ୍ରମରେ ପ୍ରବେଶ କରିବା ପୂର୍ବରୁ ସ୍କ୍ରିନିଂ ସହ ସମସ୍ତଙ୍କ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ବାହାରେ କୌଣସି ବ୍ୟକ୍ତି ଛେପ ପକାଇ ପାରିବେ ନାହିଁ । ଏଭଳି କାର୍ଯ୍ୟକ୍ରମରେ କୋଭିଡ ନିୟମ ପାଳନ ନିମନ୍ତେ କୋଭିଡ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଯାଞ୍ଚ କରିବେ ।