ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଭୁବନେଶ୍ୱରରେ ଜନଗହଳିପୁର୍ଣ୍ଣ ବଜାର ସ୍ଥାନମାନଙ୍କରେ ସାମାଜିକ ଦୂରତା ନିୟମର ଉଲ୍ଲଂଘନକୁ ନେଇ ଭୁବନେଶ୍ୱର ମ୍ୟୁନିସିପାଲଟି କର୍ପୋରେଟ ଆଜି ସମ୍ପକ୍ତ ବଜାର ଓ ହାଟରେ ନିୟମ କଡାକଡି ପାଇଁ ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯଦି ଏହି କଟକଣାକୁ କେହି ନମାନେ ତେବେ ସେମାନଙ୍କ ଉପରେ କଠୋର କାର୍ଯ୍ୟନୁଷ୍ଠାନ ନିଆଯିବ ।
ଭୁବନେଶ୍ୱରରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବାରୁ ନିୟମକୁ କଡାକଡି ଭାବେ ପାଳନ କରିବା ଦ୍ୱାରା ନିୟନ୍ତ୍ରଣ ହେବା ଆବଶ୍ୟକ ବୋଲି ଭୁବନେଶ୍ୱର ମହାନଜର ନିଗମ କହିଛି । ହାଟ ଓ ବଜାରକୁ ଆସୁଥିବା କୈାଣସି ବ୍ୟକ୍ତିଙ୍କ ମୁହଁରେ ଯଦି ମାସ୍କ ନରହେ ତେବେ ସେ ଦୋକାନକୁ ସିଲ କରିଦିଆଯିବ । ବିଶେଷକରି ଡୁମଡୁମା,ପଟିଆ,ଡମଣା,ୟୁନିଟ ୪,ୟୁନିଟ ୧,ଓ ୟୁନିଟ ୨ ରେ ଥିା ମାକେର୍ଟ ଉପରେ କଟକଣା କଡାକଡି କରାଯାଇଛି । ଏନେଇ ସମସ୍ତ ଡେପୁଟି କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।