ଭୂବନେଶ୍ୱର(ଏଟିଆର ବ୍ୟୁରୋ): ବ୍ରିଟେନ ରୁ ଓଡିଶା ଫେରିଥିବା ଲୋକଙ୍କ ପତ୍ତା ମିଳୁନାହିଁ । ଭୟ ନ କରି ନିଜ ସମ୍ପର୍କରେ ତଥ୍ୟ ଦେବା ପାଇଁ ନିବେଦନ କରିଛନ୍ତି ରାଜ୍ୟ ସରକାର । ଭାରତରେ କରୋନାର ୬ ଟି ନୂଆ ଷ୍ଟେନ ସାମ୍ନାକୁ ଆସିବା କାରଣରୁ ଭୂବନେଶ୍ୱରବାସୀଙ୍କ ଚିନ୍ତା ବଢିବାରେ ଲାଗିଛି ।
ବ୍ରିଟେନରୁ ୨୦ ଜଣ ଭୁବନେଶ୍ୱରକୁ ଫେରିଥିଲେ ।ସେମାନଙ୍କ ଟେଷ୍ଟ କରାଯିବା ପରେ ତିନିଜଣଙ୍କ କରୋନା ପଜିଟିଜ ଚିହ୍ନଟ ହୋଇଥିଲେ । ଗତକାଲି ୫୦ ରୁ ୬୦ ଜଣଙ୍କ ବ୍ରିଟେନ ଫେରନ୍ତାଙ୍କ ତାଲିକା ମିଳିଛି । କିନ୍ତୁ ତାଙ୍କର ଭୁଲ ଫୋନ ନଂ କାରଣରୁ ବ୍ରିଟେନ ଫେରନ୍ତାଙ୍କ ଚିହ୍ନଟ କରିବାରେ ଅସୁବିଧା ହେଉଛି ବୋଲି କହିଛନ୍ତି ।
୧୮୧ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୧୯ ଜଣଙ୍କ ପତ୍ତା ମିଳୁନଥିବା ବେଳେ ୬ ଜଣଙ୍କର କରୋନା ପଜିଟିିଭ ଚିହ୍ନଟ ହୋଇଛନ୍ତି ।କିନ୍ତୁ ୬୨ ଜଣଙ୍କର ଭୁଲ ଠିକଣା ଦେଇଥିବାରୁ ସେମାନଙ୍କ ପତ୍ତା ମିଳୁନାହିଁ । ୧୮ ଟି ଜିଲ୍ଲାରୁ ବ୍ରିଟେନ ଫେରନ୍ତାଙ୍କ ମଧ୍ୟରୁ ଅଧିକାଂଶ ଭୂବନେଶ୍ୱରରୁ ରହିଛନ୍ତି । ବି.ଏମ.ସି ପକ୍ଷରୁ ଆଜିଠୁ ସେମାନଙ୍କୁ ଖୋଜାଖୋଜି ହେବ ।