ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆକ୍ସନ ମୁଡ୍ ରେ ଭୁବନେଶ୍ୱର ମହାନଗର ନିଗମ । ଆଜି ପଟିଆ ସ୍ଥିତ ବିଗ ବାଜରକୁ ସିଲ୍ କରିଛି ବିଏମସି। ବିଏମସି କମିଶନର ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ଶପିଂ ମଲକୁ ସିଲ୍ କରାଯାଇଛି । ସୂଚନା ଅନୁସାରେ ପାଟିଆ ବିଗ ବଜାରରେ ବିଲ୍ଡିଂ ପରିମଳ, ଅଗ୍ନି ନିର୍ବାପନ ବ୍ୟବସ୍ଥା ନଥିବା, ପାର୍କି ନଥିବା ହେତୁ ଅଭିଯୋଗ ହୋଇଥିଲା । ଏହି ମଲରେ ଥିବା ପାର୍କି ସ୍ଥଳକୁ ଗୋଦାମ ଘର ଭାବେ ବ୍ୟବହାର କରାଯାଉଥିଲା । ସେଠାରେ ବି କୌଣସି ପ୍ରକାରର ଅଗ୍ନି ନିର୍ବାପନ ବ୍ୟବସ୍ଥା ନଥିଲା ।
ତେଣୁ ଆଜି ଏହି ଶପିଂ ମଲକୁ ସିଲ କରାଯାଇଛି । ବିଲ୍ଡ ମାଲିକ ଜିତେନ୍ଦ୍ର ପ୍ରସାଦ ସିଂଙ୍କ ନାଁରେ ନୋଟିସ ଜାରି କରିଛି ବିଏମସି। ତେବେ ପୂର୍ବରୁ ମଧ୍ୟ ଏହି ସମସ୍ୟାକୁ ନେଇ ବିଏମସି ପକ୍ଷରୁ ଏହି ଶପିଂ ମଲକୁ ନୋଟିସ ଜାରି କରାଯାଇଥିଲା । ଅନ୍ୟପଟେ ବିଏମସି ପକ୍ଷରୁ ରାଜଧାନୀରେ ଥିବା ବିଭିନ୍ନ ମଲ୍ ଓ ଅଟ୍ଟାଲିକାରେ ଅଗ୍ନି ନିର୍ବାପକ ସୁରକ୍ଷା, ପାର୍କିଂ ସୁବିଧାକୁ ଗୁରୁତ୍ୱ ଦିଆଯାଇଛି ।