ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜିଠୁ ରାଜଧାନୀ ଭୁବନେଶ୍ୱରରେ ଲାଗୁ ହେଲା ଯୁଗ୍ମ-ଅଯୁଗ୍ମ ନିୟମ ।ବସ, ଟ୍ୟାକ୍ସି, ଅଟୋ ପାଇଁ ଲାଗୁ ହେବ ଏହି ନିୟମ।ଆଜି ଭୁବନେଶ୍ୱରରେ ଅଯୁଗ୍ମ ନମ୍ୱର ଗାଡ଼ି ଗଡ଼ିବ। ସେହିପରି ଆସନ୍ତା କାଲି କେବଳ ଯୁଗ୍ମ ନମ୍ବର ଗାଡ଼ି ଚଳାଚଳ କରିବ। ଏନେଇ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେଶନ୍(ବିଏମସି) ସ୍ପଷ୍ଟ କରିଛି। ଜନସମାଗମକୁ ରୋକିବା ପାଇଁ ରାଜଧାନୀରେ ଆଜିଠୁ ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲାଗୁ କରିଛି। ଏହା ଦ୍ୱାରା ରାସ୍ତା ଅଜଥା ଭିଡକୁ ନିୟନ୍ତ୍ରଣ କରିବା ସହିତ ପରିବେଶ ପ୍ରଦୂଷଣକୁ ରୋକାଯାଇପାରିବ।ଏହି ନିୟମ କେବଳ ପବ୍ଲିକ୍ ଟ୍ରାନ୍ସପୋର୍ଟ ଭେଇକିଲ୍ ପାଇଁ ଲାଗୁ ହେବ। ତେବେ ପ୍ରାଇଭେଟ ଗାଡ଼ି ପାଇଁ ଏହା ଲାଗୁ ହେବନାହିଁ। ସରକାରୀ ଓ ଭଡ଼ା ଗାଡ଼ି ଓ ଜରୁରିକାଳୀନ ଗାଡ଼ି ପାଇଁ ଏହା ଲାଗୁ ହେବ ନାହିଁ। ପ୍ରାଇଭେଟ ହସ୍ପିଟାଲ ଓ ଡାକ୍ତର ବ୍ୟବହାର କରୁଥିବା ଗାଡ଼ି ପାଇଁ ମଧ୍ୟ ଏହା ଲାଗୁ ହେବନାହିଁ ବୋଲି ବିଏମସି ସ୍ପଷ୍ଟ କରିଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ୟ୍ୟନ୍ତ ଏହା କାର୍ୟ୍ୟକାରୀ ହେବ ବୋଲି ବିଏମସି ବିଜ୍ଞପ୍ତି ଜାରି କରିଛି। ତେବେ ଆଗରୁ ଦିଲ୍ଲୀ ପ୍ରଦୂଷଣକୁ ରୋକିବା ପାଇଁ ଏହି ଫର୍ମୁଲା ଲାଗୁ କରାଯାଇଥିଲା। ରାଜ୍ୟରେ ଦ୍ୱିତୀୟ କରୋନା ରୋଗୀ ଚହ୍ନଟ ହେବା ପରେ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।
ସୂଚନା ଯୋଗ୍ୟ କରୋନା ଭାଇରସରେ ଭାରତରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ସାରା ବିଶ୍ୱକୁ ଏବେ କରୋନା ଭୟ । ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ ୭ ହଜାରରୁ ଅଧିକ ଜୀବନ ନେଇ ସାରିଲାଣି । ସେହିପରି ଭାରତରେ ୨୦୦ରୁ ଉର୍ଦ୍ଧ ବ୍ୟକ୍ତି ଏହି ଭାଇରସରେ ଆକ୍ରାନ୍ତା ହୋଇଥିବାର ସୂଚନା ରହିଛି । ଏଥିରେ ୩୨ ଜଣ ବିଦେଶୀ ନାଗରିକ ଥିବାର ଜଣାପଡିଛି । ଅନ୍ୟପଟେ କରୋନା ମୁକାବିଲା ପାଇଁ ଆସନ୍ତା ୨୨ ତାରିଖ ଦିନ ଜନତା କର୍ଫ୍ୟୁ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି । ଏହା ସହ କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ପାଇଁ ବିଭିନ୍ନ ପ୍ରକାରର ଗାଇଡ ଲାଇନ ଜାରି କରାଯାଇଛି । ତେବେ ପୂର୍ବରୁ ମୁମ୍ବାଇ, କର୍ଣ୍ଣାଟକା, ଦିଲ୍ଲୀ ,ପଞ୍ଜାବ ଓ ଜୟପୁରରେ ରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।