ଭୁବନେଶ୍ୱର(ଏଟିଆର ବ୍ୟୁରୋ):କରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଫେବୃଆରୀ ରେ ହେବାକୁ ଥିବା ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ବାତିଲ କରାଯାଇଛି । ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଆଜି ସୂଚନା ଦେଇଛନ୍ତି ।
ସିବିଏସିଇ, ସିଆଇଏସସିଇ, ବୋର୍ଡ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ ରଖିବା ଲାଗି ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଅନୁରୋଧ କରିଛନ୍ତି । ବର୍ତ୍ତମାନ କରୋନା ସ୍ଥିତି କୁ ଦେଖି ପରୀକ୍ଷା ହେବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ପରବର୍ତ୍ତୀ ସମୟରେ ପରୀକ୍ଷା ସମୟ ଘୋଷଣା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ଯଦି ପରୀକ୍ଷାକୁ ରଦ୍ଧ କରାଯିବ, ତେବେ ଭବିଷ୍ୟତରେ ସେମାନଙ୍କୁ କୋଭିଡ ସମୟର ପିଲା ବୋଲି କୁହାଯାଇପାରେ । ତେଣୁ ପରୀକ୍ଷା କୋ÷ଣସି ଭି ପରିସ୍ଥିତିରେ ରଦ୍ଧ କରାଯିବ ନାହିଁ ।ପରୀକ୍ଷା ନିଶ୍ଛିତ ହେବ ଏବଂ ଅଫଲାଇନରେ ହେବ । ଏଥର ସିବିଏସଇ ବୋର୍ଡ ପରୀକ୍ଷା ପାଇଁ ସିଲାବସକୁ ୩୦ ପ୍ରତିଶତ ହ୍ରାସ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
କରୋନା ପାଇଁ ଗତ ମାର୍ଚ୍ଚ ମାସରୁ ସବୁ ସ୍କୁଲ କଲେଜ ବନ୍ଦ ରହିଛି । ଅନଲାଇନ ମାଧ୍ୟମରେ ପାଠପଢା ହେଉଥିଲେ ମଧ୍ୟ ପଯ୍ୟାପ୍ତ ନଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଚିନ୍ତାରେ ରହୁଛନ୍ତି ।