ଢେଙ୍କାନାଳ ( ଏଟିଆର ବ୍ୟୁରୋ): ଗତକାଲି ବ୍ରାହ୍ମଣୀ ନଦୀରେ ଘଟିଛି ଏକ ଅଭାବନୀୟ ଘଟଣା । ଏକ ଡଙ୍ଗାବୁଡି ଯିବାରୁ ୪ ଜଣ ନିଖୋଜ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା ଓଡବଡା ଘାଟରେ ଘଟିଛି ଏହି ଅଘଟଣ । ଖଡଗପ୍ରସାଦ ଘାଟରୁୂ କୁନ୍ଦନଦେଇପୁର ଯାଉଥିବା ବେଳେ ଦୂର୍ଘଟଣା ଘଟିଛି । ମୋଟ ୯ ଜଣରୁ ୫ ଜଣ ପହଁରି ପହଁରି କୂଳକୁ ଅ।।ସିଥିବା ବେଳେ ୪ ଜଣ ନିଖୋଜ ହୋଇ ଯାଇଛନ୍ତି । ଗତକାଲି ରାତି ପ୍ରାୟ ୯ ଟା ବେଳେ ଏହି ଅଘଟଣ ଘଟିଛି ।
ସୂଚନା ଅନୁସାରେ ପ୍ରତିଦିନ ଭଳି ଗତକାଲି ରାତିରେ ଭୂଷଣ ପ୍ଲାଣ୍ଟରୁ କାମ ସାରି କର୍ମଚାରୀ ଡଙ୍ଗାରେ ଘରକୁ ଫେରୁଥିଲେ । ଡଙ୍ଗାରେ ନାଉରିଆ ଓ ତାଙ୍କ ପୁଅକୁ ମିଶାଇ ମୋଟ ୯ ଜଣ ଆସୁଥିବା ବେଳେ ପର୍ଜଙ୍ଗ ବ୍ଲକ୍ ରୋଡ଼ ଘାଟ ପାଖାପାଖି ହେଲା ବେଳକୁ ଡଙ୍ଗା ପାଣିରେ ବୁଡ଼ି ଯାଇଥିଲା। ନିଖୋଜ ୪ ଜଣ ଯୁବକ କୁନ୍ଦନଦେଇପୁର ଗାଁର ବିଶ୍ବଜିତ୍ ଆଚାର୍ୟ୍ୟ, ରୋଡ଼ ଗାଁର ସୁଶାନ୍ତ ସାହୁ, ଲୁଲୁ ନାୟକ ଓ ରମେଶ ସାହୁ ବୋଲି ଜଣା ପଡିଛି ।
ସେହିଭଳି ଖଡ଼ଗପ୍ରସାଦ ଗାଁର ନାଉରିଆ ଘନିଆ ସାହୁ, ପର୍ଜଙ୍ଗ ବ୍ଲକ୍ ଗଇଲୋ ଗାଁର ଅଜୟ ନାୟକ, ପ୍ରତାପ ସାହୁ ଓ ରୋଡ଼ ଗାଁର ଲିପୁ ସାହୁ ଉଦ୍ଧାର ହୋଇଛନ୍ତି। ତେବେ କେଉଁ କାରଣରୁ ହଙ୍ଗାଟି ଦୁର୍ଘଟଣାଗ୍ରସ୍ତ ହେଲା ତାହା ଜଣା ପଡି ନାହିଁ । ରାତିରେ ଘଟଣା ସ୍ଥଳରେ ପୋଳିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ।