ଆଠଗଡ(ଏଟିଆର ବ୍ୟୁରୋ): ରାଜ୍ୟରେ ଧିରେ ଧିରେ ଅପରାଧୀକ ମାମଲା ବଢିବାରେ ଲାଗିଛି । ଏହାକୁ ରୋକିବା ପାଇଁ ପ୍ରାଶାସନ ପକ୍ଷରୁ ବିଭିନ୍ନ ପ୍ରକାର ଯୋଜନା କରାଯାଉଛି । ହେଲେ କିଛି ଲାଭ ମିଳୁ ନାହିଁ । କେଉଁଠି ଗୁଳି ଫୁଟୁଛି ତ ଆଉ କେଉଁଠି ଲୁଟ ହେଉଛି । ସେହିଭଳି ଗତ କାଲି ରାତିରେ କିଛି ଦୁର୍ବୃତ୍ତ ମାନେ ଆଠଗଡ ତିଗିରିଆ ଥାନା କଣ୍ଠିପୁରରେ ବୋମାମାଡ କରିଛନ୍ତି । ଏହା ସହ ଘରେ ନିଆଁ ଲଗାଇ ଦେଇଛନ୍ତି ।
ସୂଚନା ଅନୁସାରେ ଗତ କାଲି ବିଳମ୍ବିତ ରାତିରେ କଣ୍ଠିପୁର ଗାଁର ଜଣଙ୍କ ଘରେ ବୋମା ମାଡ କରିବା ସହ ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ ମାନେ । ଫଳରେ ଘରଟି ପୁରା ପୁରି ଜଳି ପାଉଁଶ ହୋଇଯାଇଛି । ଘର ଭିତରେ ଥିବା ଲକ୍ଷାଧିକ ଟଙ୍କାର ସମ୍ପତି ଜଳି ପୋଡି ପାଉଁଶ ହୋଇଯାଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତୋଜନା ଦେଖାଯାଇଛି । ଗତ ୧୧ ତାରିଖରେ ସୁନେଇ ରୁପେଇ ସେତୁ ଉରେ ବୋମା ମାଡ ହୋଇଥିଲା । ଏନେଇ ତିଗିରିଆ ଥାନାରେ ଅଭିଯୋଗ ହୋଇଥିଲା ।
ତେବେ ଦିନକୁ ଦିନ ସ୍ଥାନୀୟ ଅଞ୍ଚଳରେ ଅପରାଧ ବଢିବାର ଲାଗିଛି । ବାରମ୍ବାର ଅଭିଯୋଗ ସତ୍ତେ୍ୱ ପୋଲିସ କୌଣସି ପଦକ୍ଷପ ନେଉ ନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଗତକାଲି ହୋଇଥିବାର ବୋମା ମାଡ ଘଟଣାକୁ ନେଇ ପୋଲିସରେ ମାମଲା ରୁଜୁ ହୋଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।