ମାଲକାନଗିରି (ଏଟିଆର ବ୍ୟୁରୋ); ପୁଣି ଭାରରେ ବୁହା ହେଲେ ରୋଗୀ । ଫେଲ ମାରିଲା ସରକାରଙ୍କ ଆମ୍ବୁଲାନ୍ସ ଯୋଜନା । ପ୍ରତିବନ୍ଧକ ସାଜିଲା ରାସ୍ତା । ଭାରରେ ି ଦୀର୍ଘ ୪ କିଲୋମିଟର ବୋହିଲେ ସମ୍ପର୍କୀୟ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଳା ଖଇରପଟି ବ୍ଳକ ଅନ୍ତର୍ଗତ ବଣ୍ଡା ଘାଟିରେ । ଋତୁ ପରିବର୍ତ୍ତନ ପାଇଁ ଗାଁର ସମ୍ବାରୀ ବଡନାୟକ ଅସୁସ୍ଥ ହୋଇ ପଡିଥିଲେ । ଏଣୁ ପରିବାର ଲୋକ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସ ଆସିବା ପାଇଁ ମନା କରିଦେଇଥିଲା । ଶେଷରେ ଗାଁଲୋକ ମିଶି ତାଙ୍କୁ ଭାରରେ ନଇ ପାହାଡ ଡେଇଁ ୪ କିଲୋମିଟର ଭାରରେ ବୋଡି । ମେଡିକାଲରେ ପହଁଞ୍ଚାଇ ଥିଲେ । ଏବେ ତାଙ୍କ ଅବସ୍ଥା ଠିକ ଥିବା କହିଛନ୍ତି ଡାକ୍ତର ।
ପ୍ରତ୍ୟକ ଦିନ କେଉଁଠି ନାଁ କେଉଁଠି ରୋଗୀ ଭାରରେ ବୁହା ହେଉଥିବାର ଦୃଶ୍ୟ ନଜରକୁ ଆସୁଛି । ମାତ୍ର ଏହାକୁ ଗୁରୁତ୍ୱର ସହ ନେଉନାହାଁନ୍ତି ସରକାର । ଏଭଳି ଅଭିଯୋଗ ହେଉଛି । ବିଗତ ଦିନରେ ଦାନ ମାଝୀ ସ୍ତ୍ରୀର ଶବକୁ କାନ୍ଧରେ ବୋହିକି ନେବା ପରେ ସାରା ବିଶ୍ୱରେ ଓଡିଶାକୁ ଲଜ୍ଜା ସହିବାକୁ ପଡିଥିଲା । ମାତ୍ର ବାରମ୍ବାର ଏହି ଘଟଣାର ପୁନରାବୃତି ହେଉଥିଲେ ମଧ୍ୟ କୌଣସି ପ୍ରଭାବ ପଡୁନାହିଁ । ସେପଟେ ବିକାଶ ନାଁରେ ରାଜକୋଶରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଆଜି ବି ବଣ୍ଡା ଅଞ୍ଚଳରେ ଲୋକ ବହୁତ ପଛରେ ରହିଛନ୍ତି । ଏଣୁ ପ୍ରଶ୍ନ ଉଠିଛି କେବେ ଚେତିବେ ସରକାର? କେବେ ଦୂର ହେବ ଏହି ଗରୀବ ଲୋକଙ୍କ ଦୁର୍ଦଶା? ଏଭଳି ଅନେକ ପ୍ରଶ୍ନ କରିଛନ୍ତି ଜନତା ।