ଆନନ୍ଦପୁର (ଏଟିଆର ବ୍ୟୁରୋ ) : ସେଲ୍ଫି ହେଲା କାଳ । ବୈତରଣୀରେ ବୁଡିଗଲେ କଲେଜ ଛାତ୍ର । ଆନନ୍ଦପୁର ବ୍ୟାରେଜ ନିକଟରେ ଘଟିଛି ଏହି ଅଭାବନୀୟ ଘଟଣା । ମିଳିଥିବା ଖବର ଅନୁସାରେ କଟକ ବୋଷ ଇଂଜିନିୟରିଂ କଲେଜର ତିନିଜଣ ସାଙ୍ଗ ଘଟଗାଁ ବୁଲିବାକୁ ଆସିଥିବା ବେଳେ ଫେରିବା ସମୟରେ ଆନନ୍ଦପୁର ବ୍ୟାରେଜ ଦେଖିବାକୁ ଚାହିଁଥିଲେ ।
ବିଭୁ ପ୍ରସାଦ ବେହେରା , ବୈଲୋଚନ ସାମଲ ଓ ପଦାନନ୍ଦ ପ୍ରଧାନ ନାମକ ଏହି ତିନିଛାତ୍ର ଆନନ୍ଦପୁର ବ୍ୟାରେଜ ନିକଟ ବୈତରଣୀ ନଦୀ ପାଖକୁ ଯାଇ ସେଲ୍ଫି ନେଉଥିବା ସମୟରେ ନଦୀକୁ ଖସି ପଡିଥିଲେ ବୈଲୋଚନ । ଦୁଇ ସାଙ୍ଗ ବିଭୁ ଓ ପଦାନନ୍ଦ ଚେଷ୍ଟା କରିବି ତାଙ୍କୁ ଉଦ୍ଧାର କରିବାରେ ବିଫଳ ହେବା ପରେ ଖବର ପାଇ ଆନନ୍ଦପୁର ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ଖୋଜା ଖୋଜି ଆରମ୍ଭ କରିଥିଲେ ବି ଏଯାଏ ନିଖୋଜ ଛାତ୍ରଙ୍କ ପତା ମିଳି ପାରିନି ।