କଟକ (ଏଟିଆର ବ୍ୟୁରୋ); ଦୀର୍ଘ ପାଞ୍ଚଦିନ ପରେ ମିଳିଲା ବୈତରଣୀ ନଦୀରେ ଭାସିଯାଇଥିବା ବୋଷ ଇଞ୍ଜିନିୟରିଂ କଲେଜର ଛାତ୍ରଙ୍କ ମୃତ ଦେହ । ଗୁରୁବାର ସକାଳୁ ଘଷିପୁରା ଡଙ୍ଗା ଘାଟରେ ଗାଧୋଉଥିବା ବେଳେ ସ୍ଥାନୀୟ ଲୋକ ମୃତ ଦେହ ଭାସୁଥିବାର ଦେଖିଥିଲେ । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ମୃତ ଦେହକୁ ଉଦ୍ଧାର କରିଥିଲେ । ମୃତ ଛାତ୍ର ଜଣକ ହେଲେ ଯାଜପୁର ଜିଲ୍ଲାର ବୈଲାଚନ ସାମଲ ।
ଗତ କରିବାର ଦିନ ବୋଷ ଇଞ୍ଜିନିୟରିଂ କଲେଜର ୩ ଜଣ ସାଙ୍ଗ ହୋଇ ଆନନ୍ଦପୁର ବ୍ୟାରେଜରେ ଗାଧୋଉଥିଲେ । ହଠାତ ବୈଲାଚନ ଭାସିଯାଇଥିଲେ । ସାଙ୍ଗମାନେ ଉଦ୍ଧାର କରିବା ପାଇଁ ଚେଷ୍ଠା କରିଥିଲେ ମଧ୍ୟ ଧରି ପାରିନଥିଲେ । ଏହା ପରେ ସାଙ୍ଗମାନେ ଖବର ଦେବା ପରେ ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ଓଡ୍ରାଫ ଟିମ ମିଳିତ ଉଦ୍ୟମରେ ଖୋଜାଖୋଜି ହୋଇଥିଲେ ମଧ୍ୟ ପତ୍ତା ମିଳିନଥିଲା । ଦୀର୍ଘ ୫ଦିନ ପରେ ଆଜି ସକାଳେ ମିଳିଲା ମୃତଦେହ ।