ରାଉରକେଲା(ଏଟିଆର ବ୍ୟୁରୋ): ୨୦୧୪ ମସିହାରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁନ୍ଦରଗଡ ଆସିଥିବା ବେଳେ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ତିଆରି ହେବ ବୋଲି ଘୋଷଣା କରିଥିଲେ । ହେଲେ ଆଜି ପର୍ଯ୍ୟନ୍ତ ଏହାର କାମରେ ବିଶେଷ କିଛି କରାଯାଇ ନାହିଁ । ଦୀର୍ଘ୫ ବର୍ଷ ପରେ ମଧ୍ୟ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ହୋଇ ପାରୁ ନାହିଁ । ଏଥି ପାଇଁ ବହୁ ବାଦ ବିବାଦ ଲାଗିରହିଛି । ଏହାକୁ ନେଇ ବିଭିନ୍ନ ସମୟରେ ରାଜନୈତିକ ଝଡ ମଧ୍ୟ ଦେଖିବାକୁ ମିଳିଛି । ଆଜି ପୂର୍ବତନ କଂଗ୍ରେସ ବିଧାୟକ ପ୍ରଭାତ ମହାପାତ୍ର ଓ ତାଙ୍କ ସମର୍ଥକ ମାନେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ଦାବୀରେ ପାନପୋଷ ଛକ ନିକଟରେ ଧାରଣାରେ ବସିଥିଲେ ।
ବିଧାୟକ ଓ ସସର୍ଥକ ମାନେ ଧାରଣାରେ ବସିଥିବା ବେଳେ ସେଠାରେ ଅଶାନ୍ତକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହା ସହ ସାଧାରଣ ଲୋକ ଗାଡି ଚଳାଚଳ କରିବାରେ ଅସୁବିଧାରେ ସମ୍ମୁଖିନ ହୋଇଥିଲେ । ଏହି ଧାରଣାର ମୁଖ୍ୟ ଦାବି ଥିଲା ସୁନ୍ଦରଗଡ଼ରେ ବ୍ରାହ୍ମଣୀ ନଦୀର ଦ୍ୱିତୀୟ ସେତୁ ନିର୍ମାଣ ଏନଏଚ -୧୪୩ ସମ୍ପ୍ରସାରଣ