କନ୍ଧମାଳ (ଏଟିଆର ବ୍ୟୁରୋ): ନାକେଦମ କରି ରଖିଛି ଲଗାଣ ବର୍ଷା । ଗାଁ ଠାରୁ ସହର ପର୍ଯ୍ୟନ୍ତ ପ୍ରତ୍ୟେକ ଲୋକ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି । ସେହିଭଳି ବାଲିଗୁଡା ନିକଟବର୍ତ୍ତି ସୀତାପଡି ଠାରେ ଲଗାଣ ବର୍ଷା ଯୋଗୁଁ ପୋଲ ଭୁଷୁଡି ଯାଇଛି ।
କଳାହାଣ୍ଡି ଏବଂ ରାୟଗଡାକୁ ଯାଉଥିବା ସମସ୍ତ ଯାନବାହାନ ଚଳାଚଳ ବନ୍ଦ ରହିଛି । ରାସ୍ତାରେ ଅଟକି ରହିଛି ଶତାଧିକ ଗାଡି । ୫୯ ନମ୍ବର ଜାତୀୟ ରାଜପଥରେ ଯୋଗଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହୋଇପଡିଛି । ଫଳରେ ଯାତ୍ରୀମାନେ ଅନେକ ଅସୁବିଧାର ସମୁଖୀନ ହେଉଛନ୍ତି ।