ବାଲେଶ୍ୱର (ଏଟିଆର ବ୍ୟୁରୋ); ସ୍ଥାନୀୟ ଜଳେଶ୍ୱର ଅନ୍ତର୍ଗତ ଝାଡେଶ୍ୱରପୁର ଗାଁରୁ ୨୩ ଗ୍ରାମ ଜବତ ହୋଇଛି ବ୍ରାଉନ ସୁଗାର । ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି । ପୋଲିସ ଏହି ଘଟଣାରେ ଜଣକୁ ଗିରଫ କରିଥିବା ବେଳେ ଆଉ ଜଣକୁ ଅଟକ ରଖି ପଚରା ଉଚରା କରୁଛି । ତେବେ ଗିରଫ ଅଭିଯୁକ୍ତ ହେଲା ଅନୀଲ ଖଟିକ । ତା ଘର ପଶ୍ଚିମବଙ୍ଗ ବୋଲି ଜଣାପଡିଛି । ସେ ପଶ୍ଚିମ ବଙ୍ଗରୁ ଆଣି ବାଲେଶ୍ୱର ଅଞ୍ଚଳରେ ବିକ୍ରି କରୁଥିଲା ।
ପୋଲିସ ରିପୋର୍ଟ ଅନୁଯାୟୀ ଅନୀଲ ଖଡଗପୁରରୁ ବ୍ରାଉନ ସୁଗାର ସଂଗ୍ରହ କରି ବାଲେଶ୍ୱର ଜଳେଶ୍ୱର ଆସିଥିଲା । ତେବେ କୌଣସି ବିଶେଷ ସୂତ୍ରରୁ ବାଲେଶ୍ୱର ଅବକାରୀ ବିଭାଗ ସୂଚନା ପାଇବା ପରେ ସ୍ପୋସାଲ ସ୍କ୍ୱାର୍ଡ ଏବଂ ଅବକାରୀ ବିଭାଗ ଷ୍ଟେସନରେ ସଜାଗ ହୋଇ ରହିଥିଲେ । ଅନୀଲ ଟ୍ରେନରୁ ଓହ୍ଲାଇବା ପରେ ତାକୁ ଗିରଫ କରିଥିଲେ । ତେବେ ବ୍ରାଉନ ସୁଗାର କିଣିବା ପାଇଁ ଅପେକ୍ଷା କରିଥିବା ଗ୍ରାହାକକୁ ମଧ୍ୟ ପୋଲିସ କାବୁ କରିଛି । ତାକୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି । ଏହି ବ୍ରାଉନ ସୁଗାର କେଉଁ ଜାଗାୁ ଚାଲାଣ ହେଉଥିଲା ଏବଂ ଏଥିରେ ଆଉ କାହାର ସମ୍ପୃକ୍ତି ଅଛି ସେ ନେଇ ପୋଲିସ ତଦନ୍ତ ଚଳାଇଛି ।